Odisha news

ଚାଇଲ୍ଡ ଲାଇନ୍ ମୟୂରଭଞ୍ଜ ପକ୍ଷରୁ ମାତୃହରା ଶିଶୁ କନ୍ୟାକୁ ସହାୟତା

0

ବାରିପଦା  : ବାରିପଦା ବ୍ଲକ ଅନ୍ତର୍ଗତ ଲଙ୍ଗଳକଟା ଗ୍ରାମର ହରିଶଚନ୍ଦ୍ର ମହାନ୍ତଙ୍କ ପତ୍ନୀ ବାସନ୍ତି ମହାନ୍ତ ବାରିପଦା ପିଆରଏମ୍ ଡାକ୍ତରଖାନାରେ ଗୋଟିଏ ଶିଶୁ କନ୍ୟା ଜନ୍ମ କରି ମୃତୁ୍ୟବରଣ କରିଥିଲେ । ଏହି ଖବର ପାଇ ଚାଇଲ୍ଡ ଲାଇନ୍ ଉକ୍ତ ଗ୍ରାମରେ ପହଞ୍ଚି ଏକ ବୈଠକ ଆୟୋଜନ କରିଥିଲେ । ଉକ୍ତ ବୈଠକରେ ଚାଇଲ୍ଡ ଲାଇନ୍ ସଂଯୋଜକ ପ୍ରମୋଦ କୁମାର ଚୌଧୁରୀ, ସଦସ୍ୟ ଅଜୟ କୁମାର ନାୟକ, ଅଙ୍ଗନୱାଡି କର୍ମୀ ମୌସୁମି ସିଂ, ପଦ୍ମାବତୀ ମହାନ୍ତ, ସମ୍ପାଦିକା ସ୍ୱଂୟସହାୟକ ଗୋଷ୍ଠୀ ସମୂହ ଅଂଶ ଗ୍ରହଣ କରିଥିଲେ । ଏଥିରେ ଶିଶୁଟିର ଯତ୍ନ ଓ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା ଏବଂ ବୈଠକ ପରେ ଚାଇଲ୍ଡ ଲାଇନ୍ ପକ୍ଷରୁ କନ୍ୟା ପିତାଙ୍କୁ ସାନ୍ତ୍ୱନା ଦେବା ସହିତ ଶିଶୁ ଖାଦ୍ୟ ସହାୟତା ଭାବରେ ଦିଆଯାଇଥିଲା ।

Nalco
Leave A Reply