ବାରିପଦା : ପ୍ରିନ୍ସ ରେସିଡେନ୍ସିଆଲ୍ କଲେଜ ପୁଣିଥରେ ଚଳିତବର୍ଷ +୨ ବିଜ୍ଞାନ ଫଳାଫଳରେ ଅପୂର୍ବ ସଫଳତା ହାସଲ କରି ପୂର୍ବଭଳି ତାର ସଫଳତା ଜାରି ରଖିଅଛି । ଚଳିତ ବର୍ଷ ଏହି କଲେଜରେ ୧୨୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୨୮ଜଣ ଯାକ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିମଧ୍ୟରୁ ୧୨୭ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଅଛନ୍ତି ଏବଂ ୬ଜଣ ଛାତ୍ରଛାତ୍ରୀ ୯୦ ଶତକଡା ରୁ ଅଧିକ ମାର୍କ ରଖିଛନ୍ତି ଏବଂ ତନ୍ମଧ୍ୟରୁ ୩୪ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି କଲେଜର ଛାତ୍ରୀ ଲିପିକା ଧଳ ୯୨ ଶତକଡା(ମୋଟ୍ ୫୫୨) ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଗଗନ ଗିରି ୯୧.୪ ଶତକଡା(ମୋଟ୍ ୫୫୦) ରଖି ଦ୍ୱିତୀୟ ସ୍ଥାନ, ଅମୃତମୟ ଦେୟ ୯୧ ଶତକଡା(ମୋଟ୍ ୫୪୭) ଏବଂ ସନ୍ଧ୍ୟାରାଣୀ ମହାନ୍ତ ୯୧ ଶତକଡା(ମୋଟ୍ ୫୪୭) ରଖି ତୃତୀୟ ସ୍ଥାନ, ଷୌମ୍ୟଶ୍ରୀ ପାଣୀଗ୍ରାହୀ ୯୧ ଶତକଡା (ମୋଟ୍ ୫୪୬) ରଖି ଚତୁର୍ଥ ସ୍ଥାନ ଏବଂ ମାନସ ସିଂ ମୁର୍ମୁ ୯୦ ଶତକଡା(ମୋଟ୍ ୫୪୦) ରଖି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଏହି କଲେଜର ପ୍ରାୟତଃ ସମସ୍ତ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ତାଙ୍କର ୧୦ବୋର୍ଡ ମାର୍କ ଠାରୁ +୨ ବିଜ୍ଞାନରେ ବହୁ ଅଧିକ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଅଛନ୍ତି ଏହା ଛଡା ବାଲେଶ୍ୱର ସ୍ଥିତ ପି୍ରନ୍ସ ରେସିଡେନ୍ସିଆଲ୍ କଲେଜର ମଧ୍ୟ ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସଫଳତାର ସମସ୍ତ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟେ ଖୁସିର ଲହରୀ ଖେଳି ଯାଇଥିବାବେଳେ କଲେଜର ନିଦେ୍ର୍ଦଶକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଏହି ସଫଳତା ପାଇଁ ଏହି ଶିକ୍ଷା ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଅକ୍ଲାନ୍ତ ପରିଶ୍ରମକୁ ଭୂୟସୀ ପ୍ରଶଂସା କରିଥିବାବେଳେ ସମସ୍ତ ଛାତ୍ରଛାତ୍ରୀଙ୍କର ଉତ୍ତରତ୍ତର ଉନ୍ନତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା ଜ୍ଞାପନ କରିଛନ୍ତି ।
