Odisha news

ଆଦିବାସୀ ଗ୍ରାମ ସମାଜରେ ଜନତନ୍ତ୍ର ସମ୍ବିଧାନ ଆଇନ୍ ଓ ମାନବ ଅଧିକାର ଲାଗୁ କରାଯାଉ : ଆଦିବାସୀ ସେଙ୍ଗେଲ୍ ଅଭିଯାନ

0

ବାରିପଦା  : ବାଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଆଦିବାସୀ ସେଙ୍ଗେଲ୍ ଅଭିଯାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ଗ୍ରାମ ସମାଜରେ ଜନତନ୍ତ୍ର ଏବଂ ସମ୍ବିଧାନ ଆଇନ୍, ମାନବ ଅଧିକାର ଲାଗୁ କରିବା ସମ୍ବନ୍ଧରେ ଆଦିବାସୀ ସେଙ୍ଗେଲ୍ ଅଭିଯାନ ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ସାଂସଦ ସାଲଖାନ୍ ମୁର୍ମୁ ସୂଚନା ଦେଇଥିଲେ । ସାନ୍ତାଳ ଆଦିବାସୀ ଗ୍ରାମ ସମାଜରେ ଯାହାକି ମାଝୀ ପାର୍ଗାନା ବ୍ୟବସ୍ଥା ନାମରେ ପ୍ରାଚୀନ ପରମ୍ପରା ବଂଶାନୁକ୍ରମ ସ୍ୱଶାସନ ବ୍ୟବସ୍ଥା ଚାଲିଆସୁଅଛି, ଯାହା ଏବେ ସ୍ୱଶାସନ ଜାଗାରେ ସ୍ୱଶୋଷଣର ରୂପ ଧାରଣ କରିସାରିଅଛି । ଯେଉଁଠାରେ କି ଜୋରିମାନା, ସାମାଜିକ ବହିଷ୍କାର, ଡାହାଣୀ ପ୍ରତାରଣା, ହତ୍ୟା, ନିଶା ସେବନ, ଅନ୍ଧବିଶ୍ୱାସ, ଇର୍ଷା-ଦ୍ୱେଷ, ଭୋଟର କିଣା-ବିକା, ଆଦିବାସୀ ମହିଳା ବିରୋଧୀ ମାନସିକତା, ବଂଶାନୁକ୍ରମ ସ୍ୱଶାସନ ପ୍ରମୁଖ ମାନଙ୍କର ନିଯୁକ୍ତ ଆଦି ଚାଲୁଅଛି ।

ଯାହା ଅନ୍ତତଃ ଆଦିବାସୀ ଗ୍ରାମ – ସମାଜରେ ଅନ୍ୟାୟ, ଅତ୍ୟାଚାର, ଶୋଷଣକୁ ସମାପ୍ତ କରିବା ଜାଗାରେ ବଢାଇବାର କାମ କରୁଅଛି ଏବଂ ପୋଲିସ- ପ୍ରଶାସନ ଆଦିବାସୀ ସମାଜର ନିଜସ୍ୱ ମାମଲା କହି ନିଜର ଦାୟିତରୁ ବହୁତ ଦୂରରେ ରଖିଦିଅନ୍ତି । ଆଦିବାସୀ ସେଙ୍ଗେଲ୍ ଅଭିଯାନ ଏନେଇ ଓଡିଶା, ଝାରଖଣ୍ଡ, ବିହାର, ବେଙ୍ଗଲ ଓ ଆସାମ ଆଦି ରାଜ୍ୟରେ ଆଦିବାସୀ ସ୍ୱଶକ୍ତିକରଣ କାର୍ଯ୍ୟରେ ପ୍ରୟାସରତ ଅଛି । ଏନେଇ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ବ୍ୟତୀତ୍ ୫ଟି ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହିତ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ, ରାଷ୍ଟ୍ରୀୟ ଜନଜାତି ଆୟୋଗଙ୍କୁ ମଧ୍ୟ ଅତିଶୀଘ୍ର ଯାଞ୍ଚ ଓ ସୁଧାରାତ୍ମକ କାର୍ଯ୍ୟକାରୀ କରିବା ପାଇଁ ଜ୍ଞାପନ ପତ୍ର ପ୍ରଦାନ କରାଯାଇଛି । ଏଥିସହ ସମସ୍ତ ଆଦିବାସୀ ବହୂଳ ଜିଲ୍ଲା ମାନଙ୍କରେ ଜିଲ୍ଲାପାଳ ଓ ଏସପିଙ୍କୁ ସମ୍ବିଧାନ ଆଇନ୍, ମାନବ ଅଧିକାର ଏବଂ ଜନତନ୍ତ୍ରଙ୍କୁ ଆଦିବାସୀ ସମାଜରେ ମଧ୍ୟ ଲାଗୁ କରିବା ପାଇଁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ମୋରଡା ବିଧାୟକ ରାଜକିଶୋର ଦାସଙ୍କ ସଂଯୋଜନାରେ ସୁମିତ୍ରା ମୁର୍ମୁ, ନରେନ୍ଦ୍ର ହେମ୍ବ୍ରମ, ନାରାୟଣ ମୁର୍ମୁ, ମିନାକ୍ଷୀ ସୋରେନ୍ ଓ ମଳୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply