Odisha news

ଜାତୀୟ ବିଜ୍ଞାନ ଦିବସରେ କୃତୀ ଶିକ୍ଷକ ଡଃ ଶଶୀଧର ବିଶ୍ୱାଳ ସମ୍ବର୍ଦ୍ଧିତ 

0

ବାରିପଦା, : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର କୃତୀ ଶିକ୍ଷକ ଡଃ ଶଶୀଧର ବିଶ୍ୱାଳ ବିଜ୍ଞାନ ଶିକ୍ଷା ବିଶେଷ କରି ବିଜ୍ଞାନ ଭିତ୍ତିକ ନାଟକର ରଚନା ଓ ସଫଳ ନିଦେ୍ର୍ଦଶନା ପାଇଁ ଜାତୀୟ ବିଜ୍ଞାନ ଦିବସ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ନାସା ଫାଉଣ୍ଡେସନର ମିଳିତ ସହଯୋଗରେ କଲ୍ୟାଣୀ ମହିଳା ସମିତି ସ୍ମୃତି ସ୍ୱାଗତୀକା ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକଙ୍କ ନିକଟରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।

ସୂଚନାଯୋଗ୍ୟ ନିଜ ଦୀର୍ଘ କର୍ମମୟ ଜୀବନ ଭିତରେ ବହୁବାର ବିଭିନ୍ନ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ଯଥା ବିଜ୍ଞାନ ନାଟକ ଏବଂ ବିଜ୍ଞାନ ଭିତ୍ତିକ କଳା ପ୍ରଦର୍ଶନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଦିଗ୍ଦର୍ଶନ ଦେଇ ବିଦ୍ୟାଳୟକୁ ସଫଲତା ଆଣିଦେଇଛନ୍ତି । ବିଗତଦିନରେ ଡଃ ବିଶ୍ୱାଳ ଜିଲ୍ଲା, ରାଜ୍ୟ, ଜତୀୟ ତଥା ଆନ୍ତଃର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ପୁରସ୍କୃତ ହୋଇଛନ୍ତି । ସେ ଜଣେ ସୁଲେଖକ ତଥା ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ରାଜ୍ୟ ରେଡକ୍ରସ ବିଭାଗର ସେ ଜଣେ ସାଧନକର୍ମୀ ଭାବେ ଶିକ୍ଷକ ମହଲରେ ବେସ ପରିଚିତ । ଶ୍ରୀଜଗନ୍ନାଥ ସଂସ୍କୃତିର ଜଣେ ଉଦ୍ଘୋଷକ ଭାବରେ ସର୍ବଜନ ବିହିତ ଜିଲ୍ଲାସ୍ତରରେ ଅନୁଷ୍ଠିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସେ ସକ୍ରିୟ ଅଂଶଗ୍ରହଣ କରିଥାଆନ୍ତି ।

ଜଣେ ହିନ୍ଦୀ ଶିକ୍ଷକ ହୋଇ ମଧ୍ୟ ବିଜ୍ଞାନ ବିଭାଗରେ ତାଙ୍କର ପାରଦର୍ଶିତା ତାଙ୍କୁ ଏହି ସଫଳତା ଆଣିଦେଇଛି । ତାଙ୍କର ଏହି ସଫଳତା ପାଇଁ ମୟୂରଭଞ୍ଜ ସାଇନ୍ସ ପୋରସର ସଦସ୍ୟ ସୁଦର୍ଶନ ପଣ୍ଡା, ଅମିତାଭ ମିଶ୍ର, ସରୋଜ କୁମାର ନାୟକ ଓ ଅମୂଲ୍ୟ କୁମ୍ଭକାର ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡଃ ବିଶ୍ୱାଳଙ୍କର ଏହି ସଫଳତା ପାଇଁ ବହୁ ବୁଦ୍ଧିଜୀବୀ ଓ ସାରସ୍ୱତ ତଥା ସାଂସ୍କୃତିକ ସଂଗଠନ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

Leave A Reply