ବାରିପଦା, : ମୟୂରଭଞ୍ଜ ମାଟିର ବର୍ଷିୟାନ ସାହିତି୍ୟକ, ମୟୂରଭଞ୍ଜ ସାହିତ୍ୟ ପରିଷଦ ତଥା ମୟୂରଭଞ୍ଜ ପୁସ୍ତକମେଳାର ସଭାପତି ପଦ୍ମନାଭ ସାହୁ ୨୦୧୯ ମସିହା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହେବେ ବୋଲି ମନୋନୀତ ହୋଇଛନ୍ତି । ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସମିତି ବୈଠକରେ ନିଆଯାଇଥିବା ଏହି ବୈଠକରେ ଏ ଖବର ମୟୂରଭଞ୍ଜ ପହଞ୍ଜିବା କ୍ଷଣି ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥିଲା ।
ଜଣେ ମିଷ୍ଟଭାଷୀ ଅମାୟିକ ତଥା ନିରଳସ ବ୍ୟକ୍ତି ଭାବରେ ଲୋକପ୍ରିୟ ପଦ୍ମନାଭ ସାହୁଙ୍କ ଜନ୍ମ ସାରସକଣା ଠାରେ ତାଙ୍କ ରଚିତ ଜଙ୍ଗଲୀଫୁଲ ଦୂର ଆକାଶରେ ତାରା ପାଇଁ ମଧ୍ୟ ସେ ସୁପରିଚିତ । ଶ୍ରୀଜଗନ୍ନାଥ ସଂସ୍କୃତିର ଜଣେ ପ୍ରବକ୍ତା ତଥା ସାରସକଣା ଜଗନ୍ନାଥ ମନ୍ଦିରର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟା ତାଙ୍କ ଦ୍ୱାରା ସମ୍ପାଦିତ ପତ୍ରିକା “ମକରମଣ୍ଡା” ବେଶ ପରିଚିତ । ତାଙ୍କ ସଫଳତାରେ ମୟୂରଭଞ୍ଜ ସାହିତ୍ୟ ପରିଷଦ ତଥା ମୟୂରଭଞ୍ଜ ପୁସ୍ତକମେଳାର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ବିଶେଷକରି ସମ୍ପାଦକ ମନୋଜ ଦଳ ବେହେରାଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।