ବାରିପଦା : ଜ୍ଞାନ ପ୍ରକାଶର ଷଷ୍ଠ ବାର୍ଷିକ ଜାତୀୟ ସମ୍ମିଳନୀ – ୨୦୨୨ ଅବସରରେ ଦେଶର ବିଭିନ୍ନ ରାଜ୍ୟ ଓ ଓଡିଶାର କେତେକ ଜିଲ୍ଲା ସମେତ ମୋଟ୍ ୪୨ଟି କେନ୍ଦ୍ରରେ ଜାତୀୟ ସଂହତି ଉପରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଛି । ଏହି ଅବସରରେ ବାରିପଦାର ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ମୋଟ୍ ୨୫ଜଣ କୁନି ଚିତ୍ରକର ଅଂଶଗ୍ରହଣ କରିଥିବାବେଳେ ଆଶିଷ ବିଶ୍ୱାଳ ପ୍ରଥମ, କୃଷ୍ଣଚନ୍ଦ୍ର ହେମ୍ବ୍ରମ ଦ୍ୱିତୀୟ ଓ ସାଜନ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତ୍ୟେକଙ୍କୁ ଆୟୋଜକଙ୍କ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୋମନାଥ ସିଂହ, କଳା ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମହାନ୍ତି, ମହେଶ୍ୱର ମାରାଣ୍ଡି, ବସନ୍ତ କୁମାର ମହାପାତ୍ର ତଥା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଡଃ ନିରୋଜ କୁମାର ପୋଥାଳ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପ୍ରତାପେଶ୍ୱର ଦାଶ, ରଞ୍ଜିତ ଦାସ ଓ ଶିବଶଙ୍କର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
