ବାରିପଦା : ବାରିପଦା ସହରର ୱାର୍ଡ ନମ୍ବର ୨ ସ୍ଥିତ ବୁଢୀଖମାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ନାନ ପୂର୍ଣ୍ଣିମା ଦିନ ନିମ୍ବ ପରିବାରର ସଦସ୍ୟ ମାନଙ୍କ ଦ୍ୱାରା ନିମ୍ବ ଚାରା ରୋପଣ କରାଯାଇଛି । ବର୍ଷକୁ ବର୍ଷ ଗରମ ବଢିବାରେ ଲାଗିଛି । ଆଗାମୀ ଦିନରେ ବହୁଳ ସଂଖ୍ୟାରେ ନିମ୍ବ ଗଛ ଲଗାଇବାର ଲକ୍ଷ୍ୟ ରଖିଛି ନିମ୍ବ ପରିବାର । ଏହି କାର୍ଯ୍ୟକ୍ରମରେ ୨ ନମ୍ବର ୱାର୍ଡର କାଉନ୍ସିଲର ଅନୁରାଧା ମହାନ୍ତି ତଥା ଅଜିତ୍ କୁମାର କବାଟ, ବିମ୍ବାଧର ସାହୁ, ଡଃ ନିରୋଜ କୁମାର ପୋଥାଳ, ପୂର୍ଣ୍ଣଚନ୍ଦ୍ର ଦାସ, ମାନସ କୁମାର ମହାନ୍ତି, ବିଜୟଲକ୍ଷ୍ମୀ ନାୟକ, ମମତାଜ ପରବିନ୍ ଓ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।
