Odisha news

ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ କ୍ଲବ ଗଠିତ

0

ବାରିପଦା, : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭାରତ ଶ୍ରେଷ୍ଠ ଭାରତ କ୍ଲବ ଗଠିତ ହୋଇଅଛି । ଜାତୀୟ ସଂହତି ଓ ଭାତୃଭାବକୁ ଆଗେଇଦେବା ଉଦେ୍ଦଶ୍ୟରେ ଗଠିତ ଏହି କ୍ଲବ ବିଦ୍ୟାଳୟର ଯୁବ ଓ ଇକୋ କ୍ଲବ ସହଭାଗିତାରେ କାର୍ଯ୍ୟ କରିବ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞା ପାରମିତା ଜେନାଙ୍କ ମାର୍ଗଦର୍ଶନରେ ଗଠିତ ଏହି କ୍ଲବର ଛାତ୍ରଛାତ୍ରୀ ମାନେ ଅନୈକ୍ୟ ମଧ୍ୟରେ ଐକ୍ୟ, ବୈଷାମ୍ୟ ମଧ୍ୟରେ ସାମ୍ୟ ତଥା ବୈସାଦମ୍ୟ ମଧ୍ୟରେ ସାହାର୍ଯ୍ୟ ପ୍ରତିଷ୍ଠା କରିବାର ଭାବନା ଦେଇ କାର୍ଯ୍ୟ କରିବେ ବୋଲି ଅଭିମନ୍ତ୍ରିତ ହୋଇଥିଲେ । ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କର ଜ୍ଞାନର ବିକାଶ ପାଇଁ ବିଭିନ୍ନ ଆନ୍ତରାଜ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶେଷକରି ଆମ ରାଜ୍ୟ ସହବଦ୍ଧିତ ଥିବା ମହାରାଷ୍ଟ୍ରର ସଂସ୍କୃତି ପ୍ରତି ଛାତ୍ରଛାତ୍ରୀମାନେ କିଭଳି ଆଗ୍ରହ ପ୍ରକାଶ କରିବେ ତାର ସଫଳ ରୂପାୟନ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯୁବ ଓ ଇକୋ କ୍ଲବର ଶିକ୍ଷକ ଅମିତାଭ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଡଃ ଶଶୀଧର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ବିଦ୍ୟାଳୟ ସମସ୍ତ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Govt
Leave A Reply