Odisha news

ବିଜେପି ପକ୍ଷରୁ ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସମ୍ମାନୀତ

0

ବାରିପଦା  : ସେବା, ସୁଶାସନ ଓ ଗରୀବ କଲ୍ୟାଣ ପର୍ବ ପାଳନ ଅବସରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମେ ୩୧ତାରିଖରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ଆଜି ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ବିଜେପି ପକ୍ଷରୁ ମହାମାରୀ କୋରନା ମସୟରେ ଟୀକାକରଣରେ ସାମିଲ ହୋଇଥିବା ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋରନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି ।

ଏହି ଅବସରରେ ଅନୁଷ୍ଠିତ ସଭାରେ କାର୍ଯ୍ୟକ୍ରମର ସଂଯୋଜିକା ଶୋଭାବତୀ ଓତା ଅଧ୍ୟକ୍ଷତା କରିଥିବାବେଳେ ପୂର୍ବତନ ବିଧାୟକ ତଥା ଜିଲ୍ଲାସଭାପତି କାନ୍ଦ୍ରା ସୋରେନ୍, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ସେବା, ସୁଶାସନ ଓ ଗରୀବ କଲ୍ୟାଣ ପର୍ବର ଜିଲ୍ଲା ସଂଯୋଜିକା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରଞ୍ଜନ ମୋଦୀ, ବିଜେପି ଜିଲ୍ଲା ଉପସଭାପତି ତଥା ବରିଷ୍ଠ ନେତା କବିବିଷ୍ଣୁ ଶତପଥି, ପ୍ରଦୀପ କୁମାର ମହାନ୍ତ, ମମତା ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା କୌଶଲ୍ୟା ନାଏକ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଲକ୍ଷ୍ମୀ ସାହୁ, ସୁମନ ସିଂ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ସରୋଜିନୀ କିସ୍କୁ, ସାଧାରଣ ସମ୍ପାଦିକା ପାଏଲ ରାୟ, କାଉନସିଲର ଲକ୍ଷ୍ମୀଧର ହାବୋଡା ଓ ଭାଗ୍ୟଲକ୍ଷ୍ମୀ ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦୁଇବର୍ଷ କୋରନା କାଳରେ ମୋଦି ସରକାର ଲୋକମାନଙ୍କୁ ବିଭିନ୍ନ ସହାୟତା ସାଙ୍ଗକୁ ବିଶ୍ୱର ସବୁଠାରୁ ବଡ ଟିକାକରଣ ଅଭିଯାନ ଜରିଆରେ ମାଗଣାରେ ଟୀକାକରଣ କରାଯାଇଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଉପସ୍ଥିତ ଆଶା, ଅଙ୍ଗନୱାଡି, ସ୍ୱାସ୍ଥ୍ୟକର୍ମୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ସୂଚନା ପ୍ରଦାନ କରିବା ସହିତ ଏହି ଯୋଜନା ମାନଙ୍କରେ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ କୋରନା ଯୁଦ୍ଧା ଭାବେ ଉପସ୍ଥିତ ଥିବା ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ, ଉତ୍ତୋରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ଇଂ ବିଜୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀଣ କୁମାର ପାତ୍ର, ନଗର ସଭାପତି ନିରଞ୍ଜନ ଦାସ, ସସ୍ମିତା ପୃଷ୍ଟି, ମାନସୀ ତି୍ରପାଠୀ ଓ ସୁଜାତା ଷଡଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ ।

IEC 2 years
Leave A Reply