ବାରିପଦା : ମୟୂରଭଞ୍ଜ ଜିଲ୍ଲା ଉଦଳା ପୋଲିସ ସୁନାଚୋରି ଅଭିଯୋଗରେ ଗିରଫ କରିଥିବା ବାଲେଶ୍ୱର ଜିଲ୍ଲା ମନ୍ଦାରପୁର ଅଞ୍ଚଳର ରବିନ୍ଦ୍ର ଦାସଙ୍କୁ ମାଡ ମାରିବା ଯୋଗୁଁ ତାଙ୍କର ମୃତୁ୍ୟ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ସୁନାଚୋରି ମାମଲାରେ ଗିରଫ କରି ରବିନ୍ଦ୍ର ଦାସଙ୍କୁ ଉଦଳା ଥାନାକୁ ଅଣାଯାଇ ପଚରାଉଚରା କରାଯାଇଥିଲା । ତେବେ ଆଜି ଅସୁସ୍ଥ କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଆଜି ମୃତୁ୍ୟ ହୋଇଥିବା ଜଣାପଡିଛି । ତେବେ ମୃତୁ୍ୟ ପୋଲିସ ନିର୍ଯାତନା ନା ଶାରୀରିକ ଅସୁସ୍ଥତା କାରଣରୁ ହୋଇଛି ତାହା ଏବେ ବି ସନେ୍ଦହରେ ରହିଛି ।
ତେବେ ଅତିରିକ୍ତ ଆରକ୍ଷ ଅଧିକ୍ଷକ ସୁରେଶ ପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଚିକିସôା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ମୃତକଙ୍କ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କର ମୃତୁ୍ୟ ହୋଇଛି । ତେବେ ପରିବାର ପକ୍ଷରୁ ମାଡ ମାରିବା କାରଣରୁ ମୃତୁ୍ୟ ହୋଇଥିବା ଅଭିଯୋଗ କରିବା ସହ ପୋଲିସ ଜଣେ ନିରୀହ ଯୁବକକୁ ବିନା ଦୋଷରେ ହତ୍ୟା କରିଥିବା ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି । ଏହି ଘଟଣା ପରେ ମୃତକଙ୍କ ଗ୍ରାମବାସୀ ଓ ସମ୍ପର୍କୀୟ ଉଦଳା ଡାକ୍ତର ଖାନାରେ ପହଞ୍ଚି ପାଟିତୁଣ୍ଡ କରିବା ସହ ପୋଲିସକୁ ଦାୟୀ କରିଥିଲେ । ଦୀର୍ଘ ସମୟ ଧରି ଉତ୍ତେଜନା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଛାଉଣି କରାଯାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।
