Odisha news

ବାହାରେ ସଟର, ଭିତରେ ବେପାର : ସିଲ୍ ହେଲା ୩ଟି ବଡ ଲୁଗା ଦୋକାନ

ବାରିପଦା : ଲକ୍ଡାଉନ୍ କଟକଣାକୁ ଉଲ୍ଲଂଘନ କରି କରୁଥିଲେ ବେପାର । ତିନୋଟି ପ୍ରମୁଖ ଲୁଗା ଦୋକାନ ସିଲ୍ କଲା ପ୍ରଶାସନ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଗୋପାଲ, ଶୀତଳ ଓ କୁମାର ଲୁଗା ଦୋକାନ ସିଲ୍ କଲା ପ୍ରଶାସନ । ସୂଚନାଯୋଗ୍ୟ ଯେ, ଦୋକାନର ସଟର ବନ୍ଦ କରି ଗ୍ରାହକଙ୍କୁ ଭିତରେ ପୁରେଇ ଲୁଗାପଟା ବିକ୍ରି ଚାଲିଥିଲା । ରଜ ପାଇଁ ଲୋକେ ଲୁଗାପଟା କିଣିବା ପାଇଁ ଦୋକାନରେ ଭିଡ ଲଗାଇ ଥିବାବେଳେ ବାହାରେ ବାଇକର ମେଳା ଲାଗିଥିଲା । ଏନେଇ ପୋଲିସ ଓ ପ୍ରଶାସନକୁ ସୂଚାନ ମିଳିଥିଲା ।

ଘଟଣାସ୍ଥଳରେ ତହସିଲଦାର, ପୌରପାଳିକା ନିର୍ବାହୀ ଅଧିକାରୀ, ଏସଡିପିଓ, ଆଇଆଇସି ପୋଲିସ ଟିମ୍ ପହଞ୍ଚି ସଟର ଖୋଲି ଗ୍ରାହକଙ୍କୁ ବାହାର କରିବା ସହିତ ଦୋକାନ ସବୁକୁ ସିଲ୍ କରିଥିଲେ । ଆଗରୁ ମଧ୍ୟ ଦୋକାନୀମାନଙ୍କୁ ନିୟମ ଉଲ୍ଲଂଘନ ପାଇଁ ଫାଇନ୍ କରାଯାଇଥିଲେ ବି ଦୋକାନୀ ନିୟମ ମାନୁ ନଥିଲେ । ଫଳରେ ସୋମବାର ପ୍ରଶାସନ ଦୋକାନ ସବୁକୁ ସିଲ୍ କରିଛି ।

IEC 2 years

Comments are closed.