Odisha news

ଜିଲ୍ଲା ସମନ୍ୱୟ ସମିତି ବାରିପଦା ଗାୟତ୍ରୀ ପରିବାର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ରଥର ଜିଲ୍ଲା ପରିକ୍ରମା

0

ବାରିପଦା  : ଚଳିତବର୍ଷ ହରିଦ୍ୱାରରେ ମହାକୁମ୍ଭ ଅତି ବିଶିଷ୍ଟ ପରିସ୍ଥିତିରେ ଆୟୋଜିତ ହୋଇଥିବାବେଳେ ଗୋଟିଏ ସ୍ଥାନରେ ୧୨ବର୍ଷ ପରେ କୁମ୍ଭ ପର୍ବ ଆୟୋଜନ ହୋଇଥାଏ । କିନ୍ତୁ ଚଳିତବର୍ଷ ଏକ ସଂଯୋଗ ଘଟିଥିବାବେଳେ ଗ୍ରହନକ୍ଷତ୍ର ମାନଙ୍କ ସ୍ଥିତି କିଛି ଏପରି ରହିଛି ଯେ, ହରିଦ୍ୱାରରେ କୁମ୍ଭ ପର୍ବ ୧୧ବର୍ଷ ପରେ ଆୟୋଜିତ ହୋଇଛି । କୁମ୍ଭ ପର୍ବରେ ହଜାର ହଜାର ସାଧୁ, ସନ୍ଥ, ଋଷି ଓ ମହାତ୍ମାଙ୍କ ଆଗମନ ହୋଇଥାଏ । ପାରିବାରିକ, ସାମାଜିକ, ରାଷ୍ଟ୍ରୀୟ ସମସ୍ୟା ତଥା ସମସ୍ତ ନିଜ ନିଜ କ୍ଷେତ୍ରରେ ସମସ୍ୟା ଗୁଡିକ ଉପରେ ବିଚାର ମନ୍ଥନ କରନ୍ତି ଏବଂ କୁମ୍ଭକୁ ଆସୁଥିବା ସଦଗୃହସ୍ଥମାନଙ୍କ ମାଧ୍ୟମରେ ସେହି ସମାଧାନ ଗୁଡିକୁ ଜଣ ଜଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଥାନ୍ତି । ଏହାକୁ ନଜରରେ ରଖି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ସଂଚାଳକ ଗଣ, କୁମ୍ଭକୁ ଜଣ ଜଣଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି ।

ଗତ ୧୯ତାରିଖ ଦିନ ତିନି ଗୋଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବାଲେଶ୍ୱର ଠାରେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ଆସିଥିବା ଗଙ୍ଗାମାତାଙ୍କୁ ସ୍ୱାଗତ କରିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଗାୟତ୍ରୀ ପରିବାରର ଜିଲ୍ଲା ସମନ୍ୱୟ ସମିତ, ବାରିପଦା ଗାୟତ୍ରୀ ପରିବାର ଟ୍ରଷ୍ଟ କର୍ମକର୍ତ୍ତାମାନେ ପ୍ରଥମ ଚରଣରେ ୨୪ ଓ ୨୫ତାରିଖରେ ୨୬ ଗୋଟି ବ୍ଲକରେ ୧୫ଶହ ପରିବାରେ ପହଞ୍ଚାଇବାର ପ୍ରୟାସ କରିଛନ୍ତି । ଏକ ସ୍ୱତନ୍ତ୍ର ରଥ ମାଧ୍ୟମରେ ଗଙ୍ଗାମାତାଙ୍କୁ ଜିଲ୍ଲାରେ ଥିବା ବିଭିନ୍ନ ଶାଖାରେ ପହଞ୍ଚାଇବାରେ ସମର୍ଥ ହୋଇଥିବାବେଳେ ଅଖିଳ ବିଶ୍ୱଗାୟତ୍ରୀ ପରିବାରର ଲକ୍ଷ୍ୟ ହେଉଛି ପରିବାର ଗୁଡିକର ନିର୍ମାଣ ଗାୟତ୍ରୀ ମିଶନର ଏହି ଲକ୍ଷକୁ ପୂରଣ କରିବା ପାଇଁ ଗାୟତ୍ରୀ ପରିବାର ଟ୍ରଷ୍ଟ ବାରିପଦା ଏବଂ ଜିଲ୍ଲା ସମନ୍ୱୟ ସମିତି ପ୍ରୟାସରତ ।

Leave A Reply