Odisha news

ଲଘୁଖଣିଜ ଦ୍ରବ୍ୟର ହରିଲୁଟ୍ ପ୍ରତିବାଦରେ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ

ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ହରିଲୁଟ୍ ଆବଶ୍ୟକୀୟ ତଦନ୍ତ ଏବଂ ସମସ୍ତ ଆଇନ୍ ଉଲ୍ଲଙ୍ଘନକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏଥିସହ ଆଗାମୀ ୧୫ଦିନ ମଧ୍ୟରେ ମଧ୍ୟରେ ଜିଲ୍ଲାପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ ଭଞ୍ଜସେନା ପକ୍ଷରୁ ଜିଲ୍ଲାର ସମସ୍ତ ତହସିଲ୍ ପ୍ରଶାସନ କର୍ମଚାରୀ ଓ ଜିଲ୍ଲାପ୍ରଶାସନ ଅଧିକାରୀଙ୍କୁ ରାଜରାସ୍ତାରେ ଘୋର ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ନିମାଁଇ ତ୍ରିପାଠୀ, ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ବାଜୁନ୍ ହାଁସଦାଃ, ରାକେଶ ମହାନ୍ତି, ଜ୍ୟୋତିରଞ୍ଜନ ପୃଷ୍ଟି, ଏସକେ ରାଜାଖାନ୍, ସୌମ୍ୟରଞ୍ଜନ ମିଶ୍ର, ପ୍ରଶାନ୍ତ ମହାକୁଡ୍, ଜିତୁ ଶିବାନନ୍ଦ, ଦୀପକ ସୋ, ବିଜୁ ସିଂ, ମନୋଜ ସାହୁ, ସୌମ୍ୟରଞ୍ଜନ ସାହୁ, ସୌମ୍ୟକାନ୍ତ ମିଶ୍ର ଓ ବିପ୍ଲବ ସାମନ୍ତରାୟ ପ୍ରମୁଖଙ୍କ ସହ ବହୁ ଯୁବଛାତ୍ର ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଘଟଣା ସମ୍ବନ୍ଧରେ ସଂଗଠନ ପକ୍ଷରୁ ୫ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପ୍ରଶାସନକୁ ପ୍ରଦାନ କରାଯାଇଥିଲା ।

Comments are closed.