ବାରିପଦା : ବାରିପଦା ଟାଉନ ପୋଲିସକୁ ମିଳିଛି ବଡ ସଫଳତା । ବାରିପଦା ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରୁ ଦୁଇଜଣ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ନଗଦ୍ ୪୦ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍, ଗୋଟିଏ ମାଷ୍ଟର ଚାବି ଏବଂ ଗୋଟିଏ ହୋଣ୍ଡାସାଇନ୍ ବାଇକ୍ ସହ ୪ଟି ସିମ୍ ଜବତ କରାଯାଇଛି ।
ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ତଳେ ବାରିପଦା ତକତପୁର ଅଞ୍ଚଳର ଜଣେ ବ୍ୟକ୍ତି ଏସବିଆଇ ମୁଖ୍ୟ ଶାଖାରୁ ୨ଲକ୍ଷଟଙ୍କା ଉଠାଣ କରି ଘରକୁ ଫେରୁଥିବାବେଳେ ଦୁଇଜଣ ଦୃର୍ବତ୍ତ ତାଙ୍କ ଠାରୁ ଦୁଇଲକ୍ଷଟଙ୍କା ଭର୍ତ୍ତି ବ୍ୟାଗ୍ ଛଡାଇ ଘଟଣାସ୍ଥଳରୁ ଛୁ ମାରିଥିଲେ । ବାରିପଦା ଟାଉନ ପୋଲିସ ଏହି ଘଟଣାର ଖୋଲତାଡ କରି ଦୃର୍ବତ୍ତଙ୍କୁ ଧରିବାପାଇଁ ଜାଲ ବିଛାଇଥିଲେ ।
ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ମରାଠି ସାହି ଅଞ୍ଚଳର ବାଲ୍କି୍ରଷ୍ଣା ପ୍ରଧାନ(୩୨) ଓ ଗନ୍ତା ଶ୍ରୀହରି ଏସବିଆଇ ମୁଖ୍ୟ ଶାଖା ସମ୍ମୁଖରେ ସନେ୍ଦହଜନକ ଅବସ୍ଥାରେ ବୁଲାବୁଲି କରୁଥିବାବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ବାରିପଦା ଟାଉନଥାନାର ସିବିଲ୍ ସ୍କ୍ୱାର୍ଡ ସେମାନଙ୍କୁ କାବୁ କରିନେଇଥିଲେ । ଏହି ଦୃର୍ବତ୍ତ ମାନେ ବିଭିନ୍ନ ଛିନ୍ତାଇ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଆଗରେ ପ୍ରକାଶ କରିଛନ୍ତି । ଏନେଇ ବାରିପଦା ଟାଉନଥାନାରେ ୯୯/୨୧ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
Comments are closed.