Odisha news

ମିଲେଟ୍ସ ଶକ୍ତି ଭ୍ରାମ୍ୟମାଣ ଭ୍ୟାନ୍ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

0

ବାରିପଦା  : ଓଡିଶାର ପ୍ରଥମ ମିଲେଟ୍ସ ଶକ୍ତି ମୋବାଇଲ(ଭ୍ରାମ୍ୟମାଣ) ଭ୍ୟାନ୍ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ୍ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ତତ୍ତ୍ୱାବଧାନରେ କ୍ରେଫଡା ଯଶିପୁରଙ୍କ ସହଯୋଗରେ ଆୟୋଜିତ ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ମିଲେଟ୍ସ ଶକ୍ତି ଭ୍ୟାନ୍ର ଉଦ୍ଘାଟନ କରିଛନ୍ତି । ମିଲେଟ୍ସ (ମାଣ୍ଡିଆ ଶସ୍ୟରୁ ପ୍ରସ୍ତୁତ) ବିଭିନ୍ନ ଖାଦ୍ୟ ପଦାର୍ଥ/ସାମଗ୍ରୀର ଦୈ÷ନନ୍ଦିନ ଜୀବନରେ ଖାଦ୍ୟ ଭାବେ ବ୍ୟବହାର କରାଯିବା ନେଇ ଜିଲ୍ଲାରେ ଏବଂ ମିଲେଟ୍ସ ମିଶନ କାର୍ଯ୍ୟକ୍ରମ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି ମୁଖ୍ୟ ଉଦେ୍ଦଶ୍ୟ ନେଇ ମିଲେଟ୍ସ ଶକ୍ତି ଭ୍ୟାନ୍ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଇଅଛି । ମିଲେଟ୍ସ(ମାଣ୍ଡିଆ) ପୃଷ୍ଟି ଶସ୍ୟର ବହୁଳ ବ୍ୟବହାର ପାଇଁ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବଜାରରେ ପହଁଞ୍ଚିବା ପାଇଁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ବାଙ୍ଗିରିପୋଷି, ବିଶୋଇ ଏବଂ ଯଶିପୁର ଅଞ୍ଚଳରେ ମାଣ୍ଡିଆ ·ଷ କରାଯାଇ ଉତ୍ପାଦନ ହୋଇଥିବା ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପୃଷ୍ଟିକର ଓ ବେଶ୍ ସ୍ୱାଦିଷ୍ଟ ।

ଓଡିଶା ମିଲେଟ୍ସ ମିଶନ ପ୍ରୋତ୍ସାହନରେ ଯଶିପୁର କୃଷକ ଉତ୍ପାଦନ କୋ ଲିମିଟେଡ୍ ଦ୍ୱାରା ପରି·ଳିତ ଏହି ମିଲେଟ୍ସ ପୃଷ୍ଟିସାର ଖାଦ୍ୟଶସ୍ୟ ବ୍ୟାପକ ବ୍ୟବହାର ପାଇଁ ଜିଲ୍ଲାରେ ବିଭିନ୍ନ ବ୍ଲକ୍ ଅଞ୍ଚଳରେ ସଂପ୍ରସାରିତ କରାଯାଇ ବିକ୍ରୟ ୟୁନିଟ୍ ଖୋଲାଯିବ । ସୂଚନାଯୋଗ୍ୟ ଯେ, ଓଡିଶା ସରକାରଙ୍କ ମିଲେଟ୍ସ ମିଶିନ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଏହି କାର୍ଯ୍ୟକ୍ରମଟି ପୃଷ୍ଟି ଶସ୍ୟର ଉତ୍ପାଦକତା ଏବଂ ଘରୋଇ ଉପଯୋଗ, ଉନ୍ନତ ପ୍ରକ୍ରିୟାକରଣ ଏବଂ ମିଲେଟ୍ସର ଉପଯୁକ୍ତ ମୂଲ୍ୟ ହାସଲ ପାଇଁ ଲକ୍ଷ୍ୟ ସହ ଅରିତିକ୍ତ ପୃଷ୍ଟି ସାଧନ ଯୋଜନା ଏବଂ ସାଧାରଣ ବିତରଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତିକରଣ ଲକ୍ଷ୍ୟ ରହିଛି । ଓଡିଶା ମିଲେଟ୍ସ ମିଶନ ଅଧିନରେ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ୩ହଜାର କୃଷକ ୨୫ଶହ ହେକ୍ଟର ଚାଷ ଜମିରେ ଉନ୍ନତ କୃଷି ପ୍ରଣାଳୀ ଗ୍ରହଣକରି ବିଭିନ୍ନ ପ୍ରକାରର ମିଲେଟ୍ସ ସଫଳତାର ସହିତ ଉତ୍ପାଦକତା ବୃଦ୍ଧି କରିବାରେ ସମର୍ଥ ହୋଇଛନ୍ତି ।

ଚାଷୀମାନେ ଚଳିତ ଖରିଫ ୨୦୨୦-୨୧ରେ ଡିବିଟି ମାଧ୍ୟମରେ କୃଷକମାନଙ୍କୁ ପ୍ରତ୍ସାହନ ମୂଳକ ଅଧିକ ସହାୟତା ଲକ୍ଷ୍ୟ ପୂରଣ ହୋଇପାରିଛି । ମୋଟ୍ ୨ଶହ କୃଷକ ଖରିଫ ବିପଣନ ଋତୁ ୨୦୨୦-୨୧ ରେ ମାଣ୍ଡିଆ କ୍ରୟରେ ଅଂଶଗ୍ରହଣ ପାଇଁ ପଞ୍ଜିକୃତ ହୋଇଛନ୍ତି ଏବଂ ମଣ୍ଡି ମାଧ୍ୟମରେ ୩୮ଶହ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରିବା ପାଇଁ ଯୋଜନା ହୋଇଅଛି । ଉଦ୍ୟୋଗୀ ଏବଂ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ଉପଯୋଗ ଏବଂ ଜୀବିକା ବୃଦ୍ଧି କାର୍ଯ୍ୟକ୍ରମ, ଉଦେ୍ଦଶ୍ୟ ପାଇଁ ବାଙ୍ଗିରିପୋଷି, ବିଶୋଇ ଏବଂ ଯଶିପୁର ବ୍ଲକରେ ମିଶନଶକ୍ତି ସହଯୋଗରେ ୯ଟି ମିଲେଟ୍ସ ଶକ୍ତି ଟିଫିନ୍ ସେଣ୍ଟର/କିଓସ୍କ ପ୍ରତିଷ୍ଠା କରାଯାଇଅଛି । ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମିଲେଟ୍ସ ସହକାରୀ କୃଷି ଅଧିକାରୀ ସଏଲ କେମିଷ୍ଟ ମନୋଜ କୁମାର ·ନ୍ଦ, ନୀଳମାଧବ ଦାସ ଓ ଅଶ୍ୱନୀ କୁମାର ଦାସ, ମିଲେଟ୍ସ ମିଶନର ରାଜ୍ୟ ପରାମର୍ଶଦାତା ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଅନୁସୂୟା ସାହୁ ପ୍ରମୁଖଙ୍କ ସମେତ ସମ୍ପୃକ୍ତ କ୍ଷେତ୍ର ଅଧିକାରୀ/କର୍ମଚାରୀମାନେ ଉପସ୍ଥିତ ଥିଲେ ।

Nalco
Leave A Reply