Odisha news

ଯୁବତୀଙ୍କୁ ଗଣଦୁଷ୍କର୍ମ : ୨ ଗିରଫ

0

ବାରିପଦା  : ବାରିପଦା ଟାଉନଥାନା ଅନ୍ତର୍ଗତ କାଳିକାପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ ଗଣଦୁଷ୍କର୍ମ କରାଯାଇଥିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇବାକୁ ଯାଉଥିବା କାଳିକାପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଉକ୍ତ ଅଞ୍ଚଳର ସାନୁ ସିଂ(୨୫) ଓ ତାଙ୍କର ଜଣେ ନାବାଳକ ସହଯୋଗୀ ମିଶି ଯୁବତୀଙ୍କୁ ନଦୀ ନିକଟରେ ଥିବା ନିଛାଟିଆ ସ୍ଥାନକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ଏନେଇ ପୀଡିତାଙ୍କ ଅଭିଯୋଗ କ୍ରମେ ବାରିପଦା ଟାଉନଥାନାରେ ୫୭/୨୧ରେ ମାମଲା ରୁଜୁ ହୋଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Nalco
Leave A Reply