Odisha news

କୋଭିଡ୍-୧୯ ଟୀକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କର୍ମୀ ତଥା କୋଭିଡ୍ ଯୋଦ୍ଧାଙ୍କୁ କୋଭିଡ-୧୯ ଟୀକା ପ୍ରଦାନ ନିମନ୍ତେ ଆନୁସଙ୍ଗିକ ପରିଚାଳନା ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାସିଲିଟେସନ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି ।

ଉକ୍ତ ବୈଠକରେ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସ, ଜିଲ୍ଲା ମୁଖ୍ୟଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ରୂପଭାନୁ ମିଶ୍ର ପ୍ରମୁଖଙ୍କ ସମେତ ସଂପୃକ୍ତ ସ୍ୱାସ୍ଥ୍ୟ ବିଭାଗ ଓ ବିଭିନ୍ନ ଲାଇନ୍ ବିଭାଗ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ମିଶ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ କୋଭିଡ୍ ଟୀକା କରଣ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିୟମ ନିଦେ୍ର୍ଦଶାବଳୀନୁସାରେ ଜିଲ୍ଲାର ସ୍ୱାସ୍ଥ୍ୟସେବା କର୍ମୀ/ଫ୍ରଣ୍ଟଲାଇନ୍ କର୍ମଚାରୀମାନଙ୍କୁ କୋଭିଡ୍ ଟୀକାକରଣ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାୱାର ପ୍ରଜେକ୍ଟ ମାଧ୍ୟମରେ ଉପସ୍ଥାପିତ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟଖସଡା ଉପରେ ସବିଶେଷ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସଂପୃକ୍ତ ସ୍ୱାସ୍ଥ୍ୟଧିକାରୀ ଓ ଲାଇନ୍ ବିଭାଗ ଅଧିକାରୀଙ୍କ ସକ୍ରୀୟ ସହଯୋଗରେ କାର୍ଯ୍ୟକ୍ରମ ତରାନ୍ନିତ କରିବାକୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ନିଦେ୍ର୍ଦଶ ଦେବା ସହିତ ସଠିକ୍ କାର୍ଯ୍ୟଖସଡା ପ୍ରସ୍ତୁତି ଉପରେ ଗୁରୁତ୍ୱରୋପ କରିଥିଲେ । ହେବାକୁ ଥିବା କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ନିର୍ଦ୍ଧାରିତ ଟୀକାକରଣ କେନ୍ଦ୍ରରେ ଆନୁସଙ୍ଗିକ ସୁବ୍ୟବସ୍ଥା କରାଯିବା ଉପରେ ପରାମର୍ଶ ଦେଇଥିଲେ । ଏହି ଟୀକାକରଣ କାର୍ଯ୍ୟକ୍ରମ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ କର୍ମଚାରୀ ଓ ବେସରକାରୀ ଚିକିତ୍ସାଳୟ କାର୍ଯ୍ୟରତ ସ୍ୱାସ୍ଥ୍ୟସେବା କର୍ମୀ, ଆଶା, ଅଙ୍ଗନୱାଡୀ କର୍ମୀ ଏବଂ ଆଗଧାଡିର କର୍ମଚାରୀ କୋଭିଡ୍ ଯୋଦ୍ଧାଙ୍କୁ ଟୀକା ପ୍ରଦାନ କରାଯିବା ନେଇ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ବିଶଦ୍ ଆଲୋଚନା କରାଯାଇଅଛି ।

ଆଲୋଚନାରେ ଏସପି ଶ୍ରୀ ଦାସ ପୋଲିସ କର୍ମଚାରୀ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଜିଲ୍ଲା ପୋଲିସ ହସ୍ପିଟାଲ ଠାରେ ଏକ ସତନ୍ତ୍ର ଟୀକାକରଣ କେନ୍ଦ୍ର ଖୋଲାଯିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ସମସ୍ତ ସିଏଚ୍ସି, ଏସ୍ଡିଏଚ୍ ଓ ଜିଲ୍ଲା ମୁଖ୍ୟ ଚିକିସôାଳୟ ସ୍ତରରେ ନିର୍ଦ୍ଧାରିତ ଟୀକାକରଣ କେନ୍ଦ୍ର ମାନଙ୍କରେ ପ୍ରତି କେନ୍ଦ୍ର ପାଇଁ ତାଲିମ ପ୍ରାପ୍ତ ଭେକ୍ସିନେଟର ସମେତ ୪ଜଣ କର୍ମଚାରୀ/ସ୍ୱେଚ୍ଛାସେବୀ ୫ଜଣ ନିୟୋଜିତ ହୋଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟରତ ୧୮୪୨୪ଜଣ ପଞ୍ଜିକୃତ ସ୍ୱାସ୍ଥ୍ୟ କର୍ମଚାରୀ/ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କୁ ୨୧୮୯ ସେସନ୍ରେ ଟୀକା ପ୍ରଦାନ କରାଯିବ । ଉକ୍ତ ବୈଠକରେ କୋଭିଡ୍ ଜିଲ୍ଲା ନୋଡାଲ୍ ଅଧିକାରୀ ଡାଃ ଜ୍ଞାନେନ୍ଦ୍ର ମହାନ୍ତି, ଜିଲ୍ଲା ଜନସ୍ୱାସ୍ଥ୍ୟଅଧିକାରୀ ଡାଃ ଚାରୁବାଳା ରଥ, ଡିଏମ ଓ ଆର୍ସିଏଚ୍ ବିଶ୍ୱରଞ୍ଜନ ରାଉତ ପ୍ରମୁଖଙ୍କ ସମେତ ସଂପୃକ୍ତ ଲାଇନ୍ ବିଭାଗ ଅଧିକାରୀ ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

Nalco
Leave A Reply