ବାରିପଦା : ଓଡିଶା ଏଥେଲେଟିକ୍ ଏସୋସିଏସନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ସିନିୟର ଟି-୨୦ କି୍ରକେଟ୍ ମ୍ୟାଚ ପାଇଁ ୧୫ ଜଣିଆ ମୟୂରଭଞ୍ଜ ଦଳ କଟକ ଗସ୍ତ କରିଛନ୍ତି । ଫେବୃୟାରୀ ମାସରେ ଅନୁଷ୍ଠିତ ହୋଇଥିବା ଭିଜନ୍ ୨୦-୨୪ ଆନ୍ତଃ ଜିଲ୍ଲା କ୍ରିକେଟ୍ ମ୍ୟାଚର ପ୍ରଦର୍ଶନରୁ ଚୟନ ହୋଇଥିବା ଖେଳାଳୀମାନେ ହେଲେ ଲକ୍ଷ୍ମୀଧର ସିଂ(ଅଧିନାୟକ), ଅଭିଜିତ୍ ପ୍ରସାଦ ଘଣା, ଅଭିଷେକ୍ ଖଣ୍ଡେଲୱାଲ, ଅଭିଜିତ୍ ମିଶ୍ର, ଚିନ୍ମୟ ପଣ୍ଡିତ୍, ଦିପକ କୁମାର ମୁଣ୍ଡା, ଦିବ୍ୟ ରଞ୍ଜନ ଦାସ, ମୋହିତ୍ ଜ୍ୟୋନ୍, ସଂଜୟ ସିଂ, ସତ୍ୟରଞ୍ଜନ ନାୟକ, ସୌମ୍ୟ ରଞ୍ଜନ ମହାନ୍ତ, ସୁବିତ୍, ପ୍ରିତମ ସେଠୀ, ସ୍ୱଭିମ୍ ଦାସ ଓ ଅଭିଜ୍ଞାନ୍ ମହାନ୍ତି ଏବଂ ଦଳର ମ୍ୟାନେଜର ଭାବରେ କେ.ଇନ୍ଦ୍ରଜିତ୍ ପ୍ରସାଦ ଓ କୋଚ୍ ଭାବରେ ଅମିତ୍ ବିଶ୍ୱାସ ।
ମୟୂରଭଞ୍ଜ ଦଳ ତାର ପ୍ରଥମ ମ୍ୟାଚ୍ରେ ଗଜପତି ଜିଲ୍ଲାକୁ ଭେଟିବ । ଲିଗ୍ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ମ୍ୟାଚ୍ରେ ରାଉରକେଲା, ଭଦ୍ରକ, ଯାଜପୁର ଓ ବାଲେଶ୍ୱରକୁ ଭେଟିବ ଓ ଲିଗ୍ ପର୍ଯ୍ୟାୟର ଚମ୍ପୟାନ୍ ଦଳ ସୁପର ଲିଗ୍ ପର୍ଯ୍ୟାୟକୁ ଉତିନ୍ନ ହେବବୋଲି ମୟୂରଭଞ୍ଜ ଏଥେଲେଟିକ୍ ଏସୋସିଏସନର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି ।
