Odisha news

ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ

0

ବାରିପଦା : ପବିତ୍ର କାଳିପୂଜା ଦିନରେ ବାରିପଦା ସହରରେ ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ବାରିପଦା ସହରର ସୁନାମୁହିଁ ଅଞ୍ଚଳର ଜଣେ କାମୁକ ଯୁବକ ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରିବାପରି ଲଜ୍ୟାଜନକ ଘଟଣା ଘଟିଛି ।

ଘଟଣାରୁ ପ୍ରକାଶ ଯେ, ସୁନାମହିଁ ୱାର୍ଡନମ୍ବର ୧୧ ଅଞ୍ଚଳର ଶିବ ସିଂ(୨୬) ଜଣେ ଶିଶୁକନ୍ୟାଙ୍କୁ ବଜାର ବୁଲାଇବା ବାହାନାରେ ସାଇକେଲରେ ବସାଇ ଏକ ନିଛାଟିଆ ଜଙ୍ଗଲକୁ ନେଇଯାଇଥିଲେ ।

ସେଠାରେ ଶିଶୁକନ୍ୟାଙ୍କୁ ଜୋରଜବରଦସ୍ତ ଦୁର୍ଷ୍କମ କରିଥିଲେ । ଫଳରେ ଗୁରୁତର ପୀଡିତା ଶିଶୁକନ୍ୟାଙ୍କୁ ହସ୍ପିଟାଲରେ ଚିକିସôା ପାଇଁ ଭର୍ତ୍ତି କରାଯିବା ସହ ବାରିପଦା ଟାଉନଥାନାରେ ୮୦୦/୨୦ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Nalco
Leave A Reply