Odisha news

ପିଆରଏମ ମେଡିକାଲରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଭଞ୍ଜସେନା ପକ୍ଷରୁ ଦାବିପତ୍ର ପ୍ରଦାନ

0

ବାରିପଦା : ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ବାରମ୍ବାର ଦେଖା ଦେଉଥିବା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିରୋଧରେ ଆଜି ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ଆଗାମୀ ୧୫ଦିନ ମଧ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ଅପାରଗ ସୁପରିଟେଣ୍ଡେଣ୍ଟଙ୍କୁ ବହିଷ୍କାର କରାନଯାଏ ତେବେ ତାଙ୍କୁ ହସ୍ପିଟାଲ ପରିସର ମଧ୍ୟକୁ ପଶିବା ପାଇଁ ଦିଆଯିବ ନାହିଁ ବୋଲି ଭଞ୍ଜସେନା ପକ୍ଷରୁ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ପିଣ୍ଟୁ ମାଇତିଙ୍କ ସମେତ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ସାଧାରଣସମ୍ପାଦକ ମାନସ ବେହେରା, ସୌମ୍ୟରଞ୍ଜନ ମିଶ୍ର, ଏସକେ ରାଜା ଖାନ, ଅମରଦୀପ ମହାନ୍ତ, ପଙ୍କଜ କରନ, ରାକେଶ ମହାନ୍ତି ଓ ଦୀପକ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply