Odisha news

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ

0

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ମୟୂରଭଞ୍ଜ ଜିଲ୍ଲାର ୪ଟି ସବ୍ଡିଭିଜନରେ ଥିବା ମୁଖ୍ୟ ଚିକିତ୍ସମାନଙ୍କରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ଭଞ୍ଜସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ଉଦେ୍ଦଶ୍ୟରେ ଜିଲ୍ଲାପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ଆଇସିୟୁ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଓ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ତୁରନ୍ତ କରାଯିବା ପାଇଁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ଶାମନ୍ତ ଶେଖର ପାଲ, ଉପସଭାପତି ପ୍ରଶାନ୍ତ ମହାକୁଡ, ସହର ଉପସଭାପତି ଏସକେ ରାଜାଖାନ୍, ସୌମ୍ୟ ରଞ୍ଜନ ସାହୁ, ଏମଡି ଇସ୍ରାଏଲ ଓ ଚନ୍ଦନ ଦେ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply