ବାରିପଦା : ବାରିପଦା ସ୍ଥିତ ଫିକ୍ସନ ଗ୍ରୁଫ ଅଫ ସର୍ଭିସ ଅନୁଷ୍ଠାନର ୫ମବର୍ଷ ପୃତ୍ତି ଅବସରରେ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଇଂ ଶିବାଦିତ୍ୟ ପଣ୍ଡା ୪୦ଜଣ କୋଭିଡ୍ ୱାରିଅର୍ସ ଓ ୨୦ଟି ହୋଟେଲକୁ ସମ୍ବର୍ଦ୍ଧିତ କରିଥିଲେ ।
ଶ୍ରୀପଣ୍ଡା ବିଭିନ୍ନ ପ୍ରିଣ୍ଟ ମିଡିଆ ଓ ଇଲେକ୍ଟ୍ରି ମିଡିଆର ଜିଲ୍ଲାପ୍ରତିନିଧି ଏବଂ ବିଭିନ୍ନ ହୋଟେଲ ମାଲିକମାନଙ୍କୁ ସାର୍ଟିଫିକେଟ୍ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ଚେୟାରପର୍ସନ ଅଳକା ପଣ୍ଡାଙ୍କ ସହ ଅନୁଷ୍ଠାନର ସରୋଜ କୁମାର ମହାନ୍ତ, ଅର୍ପିତ ପଣ୍ଡା, ଉକôଳିତା ମହାନ୍ତି, ଜୟନ୍ତି ସିଂ, ଦିପକ ବେସ୍ରା ଓ ଦିପକ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
