Odisha news

ମୟୂରଭଞ୍ଜ ବାରିପଦା ପୌରାଞ୍ଚଳର କୋଭିଡ୍-୧୯ ସଙ୍ଗରୋଧ ସ୍ୱାସ୍ଥ୍ୟସେବା ପରିଚାଳନା ଉପରେ ଜିଲ୍ଲାପାଳଙ୍କ ଅନୁଧ୍ୟାନ

0

ବାରିପଦା : ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସ୍ୱାସ୍ଥ୍ୟବିଭାଗ କୋଭଡ୍-୧୯ ନିୟମ ନିଦେ୍ର୍ଧଶାବଳୀ ମାର୍ଗଦର୍ଶିକାନୁସାରେ କୋରନା ଆକ୍ରାନ୍ତ ବ୍ୟକ୍ତି ଘରେଇ ସଂଘରୋଧ (ପୃଥକ) ବାସରେ ରହି ଚିକିସôିତ ହେଉଥିବା ସ୍ୱାସ୍ଥ୍ୟସେବା ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ପରିଚାଳନା କରାଯାଉଅଛି । କୋଭିଡ୍ ହସପିଟାଲରେ ବହୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସରକାରଙ୍କ କୋଭିଡ୍ ଗାଇଡଲାଇନ ଅନୁସାରେ ବହୁ ସଂକ୍ରମିତ ନିଜ ଘରେ ସଂଗରୋଧରେ ରହି ସ୍ୱତନ୍ତ୍ର ମେଡିକାଲ ଟିମ ଦ୍ୱାରା ଚିକିତ୍ସିତ ହେଉଛନ୍ତି ।

ବାରିପଦା ପୌରାଂଚଳରେ ସଂଗରୋଧରେ ରହି କୋଭିଡ ଗାଇଡଲାଇନ ଆଧାରରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ବ୍ୟକ୍ତି ନିକଟକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମେଡିକାଲ ଟିମ ସହିତ ଗସ୍ତକରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିବା ସହିତ କୋଭିଡ୍ ମାର୍ଗଦର୍ଶିକା ଗାଇଡ୍ଲାଇନ ଅନୁପାଳନ ସମ୍ବନ୍ଧରେ ଅନୁଧ୍ୟାନ କରିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟସେବା ଚିକିତ୍ସା ସୁବିଧା ପରିଚଳନା ସମ୍ପର୍କରେ ବିଭାଗୀୟ ଟିମ କର୍ମକର୍ତ୍ତାମାନଙ୍କୁ ଦିଗଦର୍ଶନ ଦେଇଥିବାର ଜଣାଯାଇଛି । ଏହି ପରିଦର୍ଶନ ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ଏବଂ ସଂପୃକ୍ତ ସ୍ୱାସ୍ଥ୍ୟ ଟିମର ଅଧିକାରୀ ତଥା କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Nalco
Leave A Reply