ବାରିପଦା : କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଉପାୟରେ ସଂସଦରେ କୃଷି ବିଧେୟକ ବିଲ୍ ପାରିତ କରିବା ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲାକଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିଲ୍ ଦ୍ୱାରା କୃଷକ ପ୍ରତି ଅନ୍ୟାୟ ପ୍ରଦର୍ଶନ କରାଯିବା ସହ ଚାଷୀ ତାରମୂଲ୍ୟ ପାଇବନାହିଁ । କେବଳ ଏହି ବିଲ୍ ଦ୍ୱାରା ପୁଞ୍ଜିପତିମାନେ ଲାଭବାନ୍ ହୋଇପାରିବେ । ତେଣୁ କୃଷକର ସ୍ୱାର୍ଥରକ୍ଷା ପାଇଁ ତୁରନ୍ତ ଏହି ବିଧେୟକ ପ୍ରତ୍ୟାହାର କରିବାପାଇଁ କଂଗ୍ରେସଦଳ ପକ୍ଷରୁ ଦାବି କରାଯାଇଛି ।
ଏଥିସହ ରାଜ୍ୟସରକାରଙ୍କ ପକ୍ଷରୁ ବିଦୁ୍ୟତ୍ ଶୁକ୍ଲ ବୃଦ୍ଧି କରିବା ନିଷ୍ପତ୍ତିକୁ ମଧ୍ୟ କଂଗ୍ରେସ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ପୂର୍ବତନମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, କୋଭିଡ୍-୧୯ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଲ, ଜିଲ୍ଲାକଂଗ୍ରେସ କିଶାନ୍ ସେଲ୍ ସଭାପତି ଦଶରଥ ସିଂ, କଂଗ୍ରେସ ନେତା ଜ୍ୟୋତିପ୍ରକାଶ ରଥ, ଅରବିନ୍ଦ ଦାସ, ସୁସ୍ମିତା ଘୋଷାଲ, ଭୁବନ ସାହୁ,ଯୋଗେଶ ଅଗ୍ରୱାଲା, ଦୀପକ ଦାସ, ଦେବେନ୍ଦ୍ର ସିଂ, ପ୍ରଦିପ ମିଶ୍ର, ସେକ ମୁସ୍ତାଫା, ଇତିଶ୍ରୀ ମିଶ୍ର, ଶୁଭସ୍ମିତା ବେହେରା, ଇନ୍ଦୁ ମହାନ୍ତି, ରଶ୍ମିତା ମିଶ୍ର, କାର୍ତ୍ତିକ ମହାନ୍ତ ଓ ଫକୀର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
