ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବଢିବା ସହ ଶନିବାର ଜିଲ୍ଲାରେ ୧୨୩ଜଣ ନୂଆ କୋରନା ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୩ହଜାର ପାର୍କରି ୩୦୭୮ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ମୟୂରଭଞ୍ଜ ଜିଲ୍ଲାରେ ୧୨୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ଚିହ୍ନଟ ହୋଇଥିବା ୧୨୩ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାଯାଇଛି ।
ଏହି କରୋନା ଚିହ୍ନଟଙ୍କ ମଧ୍ୟରେ ୧୮ଜଣ ବାରିପଦା ପୌରାଞ୍ଚଳରୁ, ୧୫ଜଣ ଜିବିନଗର ବ୍ଲକରୁ, ୧୨ଜଣ ଯଶିପୁର ବ୍ଲକରୁ, ୯ଜଣ ବାରିପଦା ବ୍ଲକରୁ, ୮ଜଣ କରଞ୍ଜିଆ ବ୍ଲକରୁ, ୭ଜଣ ଲେଖାଏଁ ବହଳଦା ବ୍ଲକ ଓ ଉଦଳା ବ୍ଲକରୁ, ୬ଜଣ ବେତନଟୀ ବ୍ଲକରୁ, ୫ଜଣ ଲେଖାଏଁ ଠାକୁରମୁଣ୍ଡା ଓ ଉଦଳା ଏନଏସସିରୁ, ୪ଜଣ କପ୍ତିପଦା ବ୍ଲକରୁ, ୩ଜଣ ଲେଖାଏଁ ଜାମଦା, ରାସଗୋବିନ୍ଦପୁର ଓ ଶ୍ୟାମାଖୁଣ୍ଟା ବ୍ଲକରୁ, ୨ଜଣ ଲେଖାଏଁ ବିଜାତଳା ଓ ରାଇରଙ୍ଗପୁର ବ୍ଲକରୁ ଏବଂ ଜଣେ ଲେଖାଏଁ ବାଙ୍ଗିରିପୋଷି, ଖୁଣ୍ଟା, କୁଳିଅଣା, ମୋରଡା, ଶୁଳିଆପଦା ଓ କରଞ୍ଜିଆ ଏନଏସସିରୁ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ଅନ୍ୟ ୭ଜଣ କୋରନା ଆକ୍ରାନ୍ତ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ।
ଚଳିତ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀମାନେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।