Odisha news

ଓଡିଶା ଉଚ୍ଚଶିକ୍ଷା ବିଭାଗ କମିଶନରଙ୍କ ଆହ୍ୱାନ କ୍ରମେ ଭିଡିଓ କନଫାରେନ୍ସିଂ ଦ୍ୱାରା ଜାତୀୟ ସେବାଯୋଜନା ସମ୍ପର୍କୀୟ ଆଲୋଚନା ଚକ୍ର

0

ବାରିପଦା : ରାଜ୍ୟ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଉଚ୍ଚଶିକ୍ଷା ବିଭାଗ ମୁଖ୍ୟସଚୀବ ଶାଶ୍ୱତ ମିଶ୍ରଙ୍କ ସଭାପତିତ୍ୱରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସମସ୍ତ ଡିଗ୍ରୀମହାବିଦ୍ୟାଳୟର ଜାତୀୟ ସେବାଯୋଜନା କାର୍ଯ୍ୟକ୍ରମ ସଂଯୋଜକ ଓ କାର୍ଯ୍ୟକ୍ରମ ଅଧିକାରୀ ନିଜନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ଭିଡିଓ କନ୍ଫାରେନ୍ସିଂ ହଲ୍ରେ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କିରଥିଲେ । ଉକ୍ତ ଭିଡିଓ କନ୍ଫାରେନ୍ସିଂ ଆଲୋଚନା ଚକ୍ରରେ ରାଜ୍ୟ ଜାତୀୟ ସେବାଯୋଜନା ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗ ଉପସଚୀବ୍ ଡଃ ସୁରେଖା ସୁନ୍ଦରୀ ସ୍ୱାଇଁଙ୍କ ସହ ବିଶିଷ୍ଟ ସମାଜସେବୀ ଇମ୍ରାନ୍ ଅଲ୍ଲୀ ଉପସ୍ଥିତ ଥିଲେ ।

ଉଚ୍ଚଶିକ୍ଷା ବିଭାଗ କମିଶନର ଶ୍ରୀମିଶ୍ର ବର୍ତ୍ତମାନ ପରିସ୍ଥିତିରେ ସୃଷ୍ଟି ହୋଇଥିବା ବୈଶ୍ୱିକ କୋରନା ମହାମାରୀଠାରୁ ନିଶାସେବନ ଅଧିକ ମାରାତ୍ମକ ଓ ପ୍ରତିମୂହର୍ତ୍ତରେ ଧ୍ୱଂସାଭିମୁଖୀ କରାଉଛି ବୋଲି ଆବେଗପୂର୍ଣ୍ଣ ଭାଷାରେ ସଚେତନ କରାଇଥିଲେ । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ଜାତୀୟ ସେବାଯୋଜନା ଦ୍ୱାରା ଛାତ୍ରଛାତ୍ରୀ ତଥା ଶୈକ୍ଷିକ ପରିସରକୁ ନିଶାମୁକ୍ତ କରାଯାଇପାରିବ ବୋଲି ସ୍ପଷ୍ଟ ଭାବରେ କହିଥିଲେ । ନିଶାସକ୍ତ ବ୍ୟକ୍ତି ବହୁଳ ଭାବରେ ମୃତୁ୍ୟମୁଖରେ ପଡୁଛନ୍ତି ଓ ସାମଜର ଅପରିସୀମ କ୍ଷତି ଘଟୁଛି ବୋଲି ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିଥିଲେ । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କୁ ନିଶାମୁକ୍ତ ପାଇଁ ଛାତ୍ରଛାତ୍ରୀମାନଙ୍କୁ ସଚେତନ ତଥା ସକ୍ରୀୟ କରିବା ସହିତ ଦୃଷ୍ଟିଭଙ୍ଗୀ ବଦଳାଇବାକୁ ଜାତୀୟ ସେବାଯୋଜନା ଅଧିକାରୀବୃନ୍ଦଙ୍କୁ ପରାମର୍ଶ ଦେଇଥିଲେ ।

ବିଭିନ୍ନ ହୋଡିଂରେ ଏହାକୁ ପରିଣାମ, ବ୍ୟାପକତା, ଭୟାବହତା ସମ୍ପର୍କରେ ସୂଚନା ଦେବା ସଙ୍ଗେସଙ୍ଗେ ଆଲୋଚନାଚକ୍ର ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୂଚନା ଦେବାସହିତ ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇ ଆଗାମୀଦିନରେ ବହୁକାର୍ଯ୍ୟକ୍ରମ କରାଯିବ ବୋଲି ପ୍ରକାଶ କରିଥିଲେ । ଉଚ୍ଚଶିକ୍ଷା ବିଭାଗର କମିଶନରଙ୍କ ନିଦେ୍ର୍ଦଶକ୍ରମେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଓ ସୱାନ୍ ହଲରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଜାତୀୟ ସେବାଯୋଜନା ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ବିଶେଷ କରି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଜାତୀୟ ସେବାଯୋଜନା ସଂଯୋଜିକା ଉଷାଶତପଥୀ, ଜିଲ୍ଲା ଜାତୀୟ ସେବାଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ ଶୁଭେନ୍ଦୁ ଦାସ, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ମୁକ୍ତଶାଖା କାର୍ଯ୍ୟକ୍ରମ ଅଧିକାରୀ ଡଃ ସ୍ମୃତି ରଞ୍ଜନ ଦାସ, ଡଃ ଦେବେଶ ହୋତା, ମୀରା ସେନାପତି, ଡଃ ବିଷ୍ଣୁପ୍ରିୟା ହାଁସଦାଃ, ଡଃ ପ୍ରିୟବ୍ରତ ବେହେରା, ଡଃ ପ୍ରତାପ ଜେନା, ଜୟନ୍ତୀ ସିଂ, ସୋରଜ କୁମାର ବେହେରା, ହରିହର ମହାକୁଡ, ବନମାଳୀ ବାରିକ ଓ ସୌଦାମିନୀ ସିଂ ପ୍ରମୁଖଙ୍କ ସହ ବହୁସଂଖ୍ୟକ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

Leave A Reply