Odisha news

ମୟୂରଭଞ୍ଜରେ ୩ଟି ନୂତନ କୋର୍ଟ ଖୋଲାଯିବାକୁ ସ୍ୱାଗତ କଲା ଜିଲ୍ଲା ମହୋରୀ ସଂଘ

0

ବାରିପଦା : ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ଚିଠି ସଂଖ୍ୟା ୭୩୫୪(୨୪) ତା୦୭/୦୮/୨୦୨୦ରିଖ ବିଜ୍ଞପ୍ତି ଅନୁସାରେ ଜିଲ୍ଲାର ଯଶିପୁର, ରାସଗୋବିନ୍ଦପୁର ଓ ଠାକୁରମୁଣ୍ଡା ଠାରେ ସିଭିଲ୍ ଜଜର୍୍ କୋର୍ଟ ପ୍ରତିଷ୍ଠା କରାଯିବା ସମ୍ବନେ୍ଧ ନିଦେ୍ର୍ଦଶ ଦେଇଥିବା ଫଳରେ ଏହି ଆଦିବାସି ଅଧ୍ୟୁଷିତ ଶିଳ୍ପ ବିହୀନ ଅର୍ଥ ସଙ୍କଟରେ ଥିବା ପ୍ରଜାମାନଙ୍କ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ ଓଡିଶା ସରକାରଙ୍କର ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମୟୂରଭଞ୍ଜ ଜିଲ୍ଲା ମହୋରୀର୍ ସଂଘ ସଭାପତି ଶରତ ଚନ୍ଦ୍ର ନାୟକ ଓ ସମ୍ପାଦକ ସଂଗ୍ରାମ ଶତପଥୀ ସାଧୁ ଉଦ୍ୟମକୁ ସ୍ୱାଗତ ଜଣାଇଛନ୍ତି ।

ଏହି ବଣପାହାଡ ଘେରା ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ଏହା ଏକ ଜନହିତକର କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ । ବିଶେଷତଃ ବହୁ ପ୍ରତିକ୍ଷିତ ହାଇକୋର୍ଟ ସ୍ଥାୟୀ ବେଞ୍ଚଟିଏ ଏହି ଜିଲ୍ଲାରେ ସ୍ଥାପନ କରାଗଲେ ସ୍ୱଳ୍ପ ବ୍ୟୟରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅବହେଳିତ ଜିଲ୍ଲାର ଗରିବ ପ୍ରଜାମାନେ ସୁବି·ର ପାଇବାରେ ସ୍ୱାବଲମ୍ବୀ ହୋଇ ପାରିବେ । ନୂତନ କୋର୍ଟ କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ସଂଘର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟବୃନ୍ଦ କୃତଜ୍ଞତା ଜଣାଇଛନ୍ତି ।

IEC 2 years
Leave A Reply