Odisha news

ଭାର ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ହାସଲ କରିଲେ ମୟୂରଭଞ୍ଜର ଗୌତମ କୁମାର ବିଶ୍ୱାଳ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ପାଇଁ ଭାର ଉତ୍ତୋଳନରେ ଗୌରବ ଆଣିଛନ୍ତି ବାରିପଦା ସହର ଭଞ୍ଜପୁର ଅଞ୍ଚର ଗୌତମ କୁମାର ବିଶ୍ୱାଳ (ଛୋଟୁ) । ଚଳିତ ଜୁନ୍ ମାସ ୭ ରୁ ୧୦ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସନ୍ତ ନଗର ସ୍ଥିତ ରାଷ୍ଟ୍ରୀୟ କନିଷ୍ଠ (ଅନ୍ ଇକୁ୍ୟପ୍ଡ) ବିଭାଗ ପ୍ରତିଯୋଗୀତାରେ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ୧୨୦କିଲୋଗ୍ରାମ ବିଭାଗରେ ୨୪୦କିଲୋଗ୍ରାମର ସ୍କାଟ, ୧୩୭ କିଲୋଗ୍ରାମ ବେଞ୍ଚ ପ୍ରେସ, ୨୨୦କିଲୋଗ୍ରାମ ଡେଡ୍ ଲିଫ୍ଟ କରି ନିଜ ବିଭାଗର ଚମ୍ପିୟାନ ଆକ୍ଷା ହାତେଇଛନ୍ତି । ଗୌତମ ଚମ୍ପିୟାନ ହୋଇ ବାରିପଦା ଫେରିବା ପରେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି ।

Leave A Reply