ଏମ୍ଏସସିବି ବିଶ୍ୱବିଦ୍ୟାଳୟର ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶିତ, କଳାରେ ରାଜଶ୍ରୀ ସେଣ୍ଢ, ବିଜ୍ଞାନରେ ସତ୍ୟନାରାୟଣ ସାହୁ ଓ ବାଣିଜ୍ୟରେ ସୁପ୍ରିୟା ରଣା ଟପ୍ପର
ବାରିପଦା : ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଅନୁମୋଦନକ୍ରମେ ଡିଗ୍ରୀ (ସିବିସିଏସ) ୨୦୨୪ ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ବିଶ୍ୱବିଦ୍ୟାଳୟ ଅଧିନରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୩ଟି ମହାବିଦ୍ୟାଳୟର ମୋଟ୍ ୧୩,୬୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ କଳାରେ ଶତକଡା ୮୦.୩୫, ବିଜ୍ଞାନରେ ଶତକଡା ୭୬.୪୧ ଏବଂ ବାଣିଜ୍ୟରେ ଶତକଡା ୬୨.୦୮ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉକ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ତାଙ୍କର ପରୀକ୍ଷା ଫଳ ୨୮ ତାରିଖ ଅପରାହ୍ନ ୫ ଘଟିକା ସମୟ ପରଠାରୁ ଙ୍ଗଙ୍ଗଙ୍ଗ.କ୍ଟକ୍ସସଗ୍ଦଗ୍ଦବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି । ଯୁକ୍ତ ୩ ର କଳା ବିଭାଗରେ ନୂଆସାହି କପ୍ତିପଦା କଲେଜର ରାଜଶ୍ରୀ ସେଣ୍ଢ, ବିଜ୍ଞାନରେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ସତ୍ୟନାରାୟଣ ସାହୁ ଏବଂ ବାଣିଜ୍ୟରେ ଆନନ୍ଦପୁର ମହାବିଦ୍ୟାଳୟର ସୁପ୍ରିୟା ରଣା ଟପ୍ପର ହୋଇଛନ୍ତି । ସେହିପିର ଏନ୍ଥରପୋଲୋଜିରେ ସୀମାନ୍ତ ମହାବିଦ୍ୟାଳୟର କାପୁରା ବାସ୍କେ, ଇକୋନୋମିକ୍ସରେ ରାଇରଙ୍ଗପୁର କଲେଜର ଦେବ୍ରାଜ୍ ସିଂ ପୁଟି, ଇଂରାଜୀରେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ବର୍ଷା ପି.ଦର୍ଶନୀ ପଣ୍ଡା, ଭୂଗୋଳରେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ରାଜେଶ୍ୱରୀ ମୁଖୀ, ହିନ୍ଦୀରେ ବରବିଲ୍ କଲେଜର ନିଶା କୁମାରୀ, ଇତିହାସରେ ବାହାଲ୍ଡିଆ ଡି.ଏଲ ଡିଗ୍ରୀ କଲେଜର ବିକାଶ ସିଂ, ଗୃହ ବିଜ୍ଞାନରେ କେ.ଏମ ମହିଳା ମହାବିଦ୍ୟାଳୟର ସୌମ୍ୟାଶ୍ରୀ ଓଝା, ଓଡିଆରେ କେ.ଏ. ମହାବିଦ୍ୟାଳୟର ଅର୍ପିତା ସୁତାର, ଫିଲୋସୋପିରେ ଆନନ୍ଦପୁର କଲେଜର ସୋନାଲି ରାଉତ, ରାଜନୀତି ବିଜ୍ଞାନରେ ଏଚ୍.ସି.ପୁର ର ବି.ବି. ମହାବିଦ୍ୟାଳୟର ଜ୍ୟୋସ୍ନାରାଣୀ ମହାରଣା, ସାଇକୋଲୋଜିରେ ବେତନଟୀ କଲେଜର ସସ୍ମିତା ପଣ୍ଡା, ସଂସ୍କୃତରେ ଆନନ୍ଦପୁର କଲେଜର ନନ୍ଦିନୀ ପତି, ସୋସିଓଲୋଜିରେ କେନ୍ଦୁଝର ଡିଗ୍ରୀ ମହାବିଦ୍ୟାଳୟର ମର୍ଣ୍ଣିକା ବାରିକ, ବଟାନୀରେ ରାଇରଙ୍ଗପୁର କଲେଜର ଦିକ୍ଷ୍ସା ଚାଓପଟ୍ଟାନୟକ, କେମେଷ୍ଟ୍ରିରେ ଉଦଳା କଲେଜର ସୁସ୍ମିତା ପରିଡା, ଜିଓଲୋଜିରେ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟର ଏସ.ଏସ. ଶୁଭସ୍ମିତା ଦାସ, ଗଣିତରେ ରିମୁଳି କଲେଜର ଗୁନାସାଗର ମହାରଣା, ଜୁଲୋଜିରେ ଆନନ୍ଦପୁର କଲେଜର ଦେବଲକ୍ଷ୍ମୀ ବେହେରା, କମ୍ପୁ୍ୟଟର ସାଇନ୍ସରେ ବିଶ୍ୱ ବିନ୍ୟାୟକ ଡିଗ୍ରୀ କଲେଜର ନମର୍ତା ବେହେରା ଓ ମାଇକ୍ରୋବାୟଲୋଜିରେ କୁଣ୍ଡାବାଇ ଆର.ଡି.ଏସ ଡିଗ୍ରୀ ମହାବିଦ୍ୟାଳୟର ଏମ. ସଥିତାପ୍ରଞ୍ଜନା ପ୍ରମୁଖ ଟପ୍ପର ହୋଇଛନ୍ତି ।
