Odisha news

ଶିମିଳିପାଳରେ ବିରଳ ଦୃଶ୍ୟ, ଏକାଠି ବୁଲୁଛନ୍ତି ଦୁଇ ପ୍ରଜାତିର ବାଘ

0

ବାରିପଦା  : ଶିମିଳିପାଳରୁ ଆସିଲା ବିରଳ ଦୃଶ୍ୟ । ପାଖାପାଖି ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ । ଗୋଟେ ସାଧାରଣ ବାଘ ଓ ଅନ୍ୟଟି କଳାବାଘ । ଉଭୟ ପାଖାପାଖି ଥିବାର ଫଟୋ ସାମ୍ନାକୁ ଆସିଛି । ସାଧାରଣରେ ଏହି କଳାବାଘ ଓ ମହାବଳ ଏକାଠି ରୁହନ୍ତି ନାହିଁ । ତେଣୁ ଏହାକୁ ବିରଳ ଚିତ୍ର ବୋଲି କୁହାଯାଉଛି । ଶିମିଳିପାଳରେ ଟ୍ରାପ କ୍ୟାମେରା ଲାଗିଛି । ଯେଉଁଥିରୁ ଏହି ଦୁଇ ବାଘ ପାଖାପାଖି ଚାଲୁଥିବା ଦେଖିବାକୁ ମିଳିଥିବା ପିସିସିଏଫ ସୁଶାନ୍ତ ନନ୍ଦ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

Ad2
Leave A Reply