Odisha news

ମତଦାନ କୁ ଶତ ପ୍ରତିଶତ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଘର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ମତଦାନକୁ ଜନଆଦୃତ ତଥା ମତଦାନ ହାରକୁ ଶତପ୍ରତି ଶତ କରିବା ନେଇ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ବ୍ୟବସାୟିକ ସଙ୍ଘର ମୁଖ୍ୟମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଜିଲ୍ଲାପାଳ ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରି ଜିଲ୍ଲାରେ ସବୁ ବର୍ଗର ଲୋକମାନଙ୍କୁ ଚଳିତ ନିର୍ବାଚନରେ ମତଦାନ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହିତ ଓ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନର ମୁଖ୍ୟ, ଶିଳ୍ପ ସଂସ୍ଥାର ମାଲିକ, ବସ ଓ ଟ୍ରକ ସଙ୍ଘର ସଭାପତି ଓ ସମ୍ପାଦକଙ୍କୁ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଯେପରି ମତଦାନ କରନ୍ତି ସେଥିପାଇଁ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ସେଥିପାଇଁ ନିଜ ନିଜ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରି କର୍ମଚାରୀଙ୍କୁ ଆବଶ୍ୟକୀୟ ଦିନର ସବୈତନିକ ଛୁଟି ପ୍ରଦାନ ସହିତ ଯଦି ସମ୍ଭବ ହୁଏ ତେବେ ଭୋଟ ଦାନ ପାଇଁ ସେମାଙ୍କୁ ଚାକିରୀ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ । ସଂଗଠନ ତଥା ଅନୁଷ୍ଠାନର ମୁଖ୍ୟ ଏବଂ ଏକ ଦାୟିତ୍ୱ ସମ୍ପନ୍ନ ନାଗରିକ ଭାବେ ଦେଶରେ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଏହି ମହାନ ପର୍ବରେ ସମସ୍ତଙ୍କୁ ସାମିଲ କରିବା ପାଇଁ ନିଜ ନିଜ ସ୍ତରରେ ଉଦ୍ୟମ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟ ପର୍ବପର୍ବାଣୀରେ ଯେପରି ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ମାନେ ତାଙ୍କର ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଅଫର(ଉପହାର) ଦେଇଥାନ୍ତି ସେହିପରି ଯଦି ସମ୍ଭବ ହୁଏ, ତେବେ ମତଦାନକୁ ଉତ୍ସାହିତ କରିବା ପାଇଁ ଭୋଟର (ଗ୍ରାହକ)ମାନଙ୍କ ପାଇଁ ଜିନିଷ କ୍ରୟ ଉପରେ ସର୍ତ୍ତ ମୂଳକ ଡ଼ିସକାଉଣ୍ଟ ଘୋଷଣା କରିବା ପାଇଁ ନିବେଦନ କରିଥିଲେ ଯାହାକି ଜଣେ ଭୋଟର (ଗ୍ରାହକ)ଙ୍କୁ ମତଦାନ ପରେ ଉପଲବ୍ଧ ହେବ । ଏତଦ୍ବ୍ୟତୀତ ଯଦି କୌଣସି ଅନୁଷ୍ଠାନ / ସଙ୍ଘ ମତଦାନ ପ୍ରତି ଆକୃଷ୍ଟ କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଚାହାଁନ୍ତି ତେବେ ପ୍ରଶାସନର ସହଯୋଗରେ ଏହା କରିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଡେପୁଟି କଲେକ୍ଟର ନିର୍ବାଚନ ଦୁର୍ଗା ଚରଣ ମୁର୍ମୁ, ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ୱରାଜ ବେହେରା, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ସହକାରୀ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ସିଏସଓ ଅନାଦି ଚରଣ ସେଠୀ ମାଇନିଂ ଅଫିସର ଦିଲ୍ଲୀପ କୁମାର ମହାନା, ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ଡେପୁଟି ସିଇଓ, ଓରମାସ, ବିମାନ ମଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତା ମୟୀ ବିଶ୍ୱାଳଙ୍କ ଓ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତି ଥିବାବେଳେ ମୟୂରଭଞ୍ଜ ବସ ଏବଂ ଟ୍ରକ ସଙ୍ଘ ର ସଭାପତି, ସମ୍ପାଦକ ମୟୂରଭଞ୍ଜ ଶିଳ୍ପ ସଂଗଠନର ସଭାପତି, ସମ୍ପାଦକ, ଷ୍ଟେସନ ବଜÿାର ବଣିକ ସଙ୍ଘର ସଭାପତି ଓ ବୈଶାଖୀ ଫୁଡ ପ୍ଲାଜÿା, ନିଉ ମୟୂରଭଞ୍ଜ ଜନତା ସେବା ଷ୍ଟୋର, ବାରିପଦା ବଜÿାର, ବାଲାଜÿୀ ମେଗା ମାର୍ଟ, ବାବା ମାର୍ଟ, ରିଲିଆନ୍ସ ସ୍ମାର୍ଟ, ନମସ୍ତେ ବାରିପଦା, ଲିଭ୍ୟା, ହୋଲି ପେଲେସ ଇତ୍ୟାଦିର କର୍ମ କର୍ତ୍ତା ମାନେ ଯୋଗଦେଇ ସକ୍ରିୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

Ad2
Leave A Reply