Odisha news

ମୟୂରଭଞ୍ଜ ପ୍ରାର୍ଥୀ ପତ୍ର ଦାଖଲର ଦ୍ୱିତୀୟ ଦିନ, ଲୋକସଭା ପାଇଁ ଜଣେ ସ୍ୱାଧିନ ପ୍ରାର୍ଥୀ ପତ୍ର ଦାଖଲ କଲେ

0

ବାରିପଦା  : ଏକ କାଳୀନ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଆଜି ନାମାଙ୍କନ ପତ୍ର ଦାଖଲ ଦ୍ୱିତୀୟ ଦିନରେ ମୟୂରଭଞ୍ଜ ଲୋକସଭା ପାଇଁ କେବଳ ଜଣେ ସ୍ୱାଧିନ ପ୍ରାର୍ଥୀ ଭାବେ କାହ୍ନୁ ଚରଣ ଟୁଡୁ ମୟୂରଭଞ୍ଜ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ଯଶିପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏସୟୁସିଆଇ ପ୍ରାର୍ଥୀ ଭାବେ ନିଳାମ୍ବର ନାଏକ, ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବେ ସୁରେନ୍ଦ୍ରନାଥ ହାଁସଦାଃ ଓ ବଡସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବେ ଜୟନ୍ତୀ ପାତ୍ର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୧୪ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଶେଷଦିନ ଥିବାବେଳେ ପ୍ରାର୍ଥୀ ପତ୍ର କାଲିଠାରୁ ପ୍ରାର୍ଥୀ ପତ୍ର ସଂଖ୍ୟା ବଢିବ ବୋଲି ଜଣାଯାଇଛି ।

Ad2
Leave A Reply