Odisha news

ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ରେଡକ୍ରେସ ଦିବସ ପାଳନ

0

ବାରିପଦା  : ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. (ଡ଼.) ପ୍ରମୋଦ ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ବିଶ୍ୱ ରେଡକ୍ରସ ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଥମେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିରେ ପୁଷ୍ପମାଳ ଦେଇ ପଶୁପକ୍ଷୀମାନଙ୍କୁ ଖାଦ୍ୟ ପାନୀୟ ଜଳ ବ୍ୟବସ୍ଥା ତଥା ବୃକ୍ଷମାନଙ୍କୁ ଜଳସିଞ୍ଚନ କରାଯାଇଥିଲା । ଏହି ଉପଲକ୍ଷେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସଭାର ମଧ୍ୟ ଆୟୋଜନ କରାଯାଇଥିଲା । ଆରମ୍ଭରେ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ତଥା ଜିଲ୍ଲା ରେଡକ୍ରସର ସଂଯୋଜିକା ମିସ ରାଇମଣି ମାରର୍ଣ୍ଡି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ କଥନ କରିଥିଲେ । ପରେ ପରେ ମହାବିଦ୍ୟାଳୟର ରେଡକ୍ରସ ଅଫିସର ଡଃ ହରପ୍ରସାଦ ମହାପତ୍ର ଯୁବ ରେଡକ୍ରସର ଜନ୍ମଦାତା ହେନେରୀ ଡୁନାଣ୍ଟଙ୍କ ଜୀବନ କାହାଣୀ ତଥା ଯୁବ ରେଡକ୍ରସର ଆଭିମୁଖ୍ୟ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟର ଏକାଡେମିକ ବାରସର ଡଃ ଆଲବରଟିନା ତିର୍କୀ ଯୁବ ରେଡକ୍ରସର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ କହିଥିଲେ । ମହାବିଦ୍ୟାଳୟର ଏକାଉଣ୍ଟ ବାରସର ଡଃ ଆଶୁତୋଷ ପ୍ରୟାସ ଦାଶ ସ୍ୱାମୀ ବିବେକାନନ୍ଦଙ୍କ ଜୀବନକୁ ଆଦର୍ଶ କରି କିଭଳି ନିଜକୁ ଜଣେ ମହାନ ଆଦର୍ଶ ପୁରୁଷ ଭାବରେ ଗଢିପାରିବା ସେ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. (ଡଃ) ପ୍ରମୋଦ ଚନ୍ଦ୍ର ସାହୁ ରେଡକ୍ରସ ମାଧ୍ୟମରେ ଆମେ କିଭଳି ସମାଜ ସେବାରେ ନିଜକୁ ସମର୍ପିତ କରିବା ତାହା ଶୁଣାଇଥିଲେ । ସଭାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ କାଉନ୍ସିଲର ସୁପ୍ରିମ ମଣ୍ଡଳ ଯୋଗଦେଇ ଥିଲେ । ପରେ ପରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ତଥା ସ୍ୱେଛାସେବୀ ମାନେ ଭାଗବତପୁର ସ୍ଥିତ ଚାଇଲ୍ଡ କେୟାର ଇନ୍ସଟିଟିଉଟକୁ ଯାଇ କୁନି କୁନି ପିଲାମାନଙ୍କୁ ଉପହାର ସ୍ୱରୂପ ବସ୍ତ୍ର, କଲମ, ଖାତା ଇତ୍ୟାଦି ବାଣ୍ଟିବା ସହ ଭାବ ବିନିମୟ ମାଧ୍ୟମରେ ବିବେକାନନ୍ଦ, ମଦର ଟେରେଷା, ହେନେରୀ ଡୁନାଣ୍ଟଙ୍କ ଜୀବନୀ କଥା ଆଦି ଜାଣିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. (ଡଃ) ସାହୁ ପିଲାମାନଙ୍କୁ ଆଫ୍ରିକୀୟ ଗଳ୍ପ “ଉବୁଣ୍ଟୁ” ଯାହାର ଅର୍ଥ ହେଉଛି “ବଣ୍ଟନ କରିବା” ଶୁଣାଇ ଥିଲେ । ପରିଶେଷରେ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ଡଃ ଆଲେକ୍ସ ହେମ୍ବ୍ରମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Ad2
Leave A Reply