ଏମ୍ପିସି ପ୍ଲାଟିନମ୍ ଜୁବୁଲି ଉଦ୍ୟାପନୀ ପରର ବକ୍ତୃତାମାଳା ସିରିଜ ଆରମ୍ଭ
ବକ୍ତବ୍ୟ ରଖିଲେ କଥାକାର ଦାଶ ବେନହୁର : ପଗଡ଼ି ପୁରୁଷ ଓ ଓଡ଼ିଆ ସ୍ୱାଭିମାନ
ବାରିପଦା : ଏମ୍ପିସି କଲେଜର ଚାରି ମାସ ତଳେ ଅନୁଷ୍ଠିତ ହୋଇଯାଇ ଥିବା ପ୍ଲାଟିନମ୍ ଜୁବୁଲିର ଇତିହାସରେ ଅଭୁଲା ଅତୀତ ହୋଇ ରହିଗଲା । ଯେବେ ସେହି ସନ୍ଧ୍ୟାର ପ୍ରଚଣ୍ଡ ରୌଦ୍ରତାପରେ ଓଡ଼ିଆ ସ୍ୱାଭିମାନର ତାତି ଭରି ଦେଲେ ତୁଣ୍ଡ ଓ ଦାଣ୍ଡର ଭାଷାକୁ ସହଜ ଭାବେ ଶ୍ରୋତାଙ୍କ ନିକଟରେ ଥୋଇ ପାରୁଥିବା ଓଡ଼ିଆ ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ଓ ଆଗଧାଡ଼ସର କଥାକାର, ସ୍ତମ୍ଭକାର ସଭିଙ୍କ ପ୍ରିୟ ‘ଦାଶ ବେନହୁର’ । ଦୀର୍ଘ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅତି ସରଳ ସାବଲୀଳ ଭାଷାରେ ବକ୍ତବ୍ୟ ରଖିଥିଲେ ସ୍ୱାଭିମାନୀ ଓଡ଼ିଆ ପୁଅ ମଧୁ ବାବୁଙ୍କ ଉପରେ ସ୍ୱରଚିତ କାଳଜୟୀ ପୁସ୍ତକ “ପଗଡ଼ି ପୁରୁଷ’ଙ୍କର ତ୍ୟାଗପୂତ ଜୀବନର ଉଚ୍ଚ ଆଦର୍ଶ ଉପରେ, ଯେ କି ସମର୍ପିତ ଭାବେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ । ତାଙ୍କ ବକ୍ତବ୍ୟ ମାଧ୍ୟମରେ ମଧୁ ବାବୁଙ୍କ ସମ୍ପର୍କ ରେ ବହୁ ଜଣା ଅଜଣା ରୋଚକ ତଥ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମଧୁ ବାବୁଙ୍କ ଉକ୍ତି ‘ଓଡ଼ିଆର ପରିଚୟ ଏକ ସ୍ୱତନ୍ତ୍ର ଜାତି ଭାବେ, କେବଳ ଓଡ଼ିଆ ଭାଷା ନୁହେଁ ଉପରେ ଆଲୋକପାତ କରିଥିଲେ । ଏହି ଆଭାସି ବକ୍ତୃତା କାର୍ଯ୍ୟକ୍ରମରେ ଦେଶ ବିଦେଶରେ ଅବସ୍ଥିତ ଥିବା ଅଗଣିତ ପୁରାତନ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ବୁଦ୍ଧିଜୀବି ମାନେ ଯୋଡ଼ି ହୋଇ ବକ୍ତାଙ୍କ ଅନର୍ଗଳ ଉଦ୍ବୋଧନକୁ ବେଶ୍ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବହୁ ଉପାଦେୟ ପ୍ରସଙ୍ଗ ଉପରେରେ ଅନ୍ଲାଇନ୍ ବକ୍ତୃତା ମାଳା ଜାରି ରହିବ ବୋଲି ପୁରାତନ ଛାତ୍ର ସଂସଦ ଓ ଜୁବୁଲି କମିଟି ପକ୍ଷରୁ ସୂଚନା ଦିଆଯାଇ ସମସ୍ତଙ୍କର ସହଯୋଗ କାମନା କରାଯାଇଛି ।
