ବାରିପଦା : ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ୱର୍ଗତଃ କରୁଣାକର ରାଇକାଙ୍କ ବିୟୋଗରେ ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ୍ ସଂଘ ଶାଖା ପକ୍ଷରୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଓ ସଭାପତି ଓଏଏସ୍ ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖା ବିବେକାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତଃ ରାଇକାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ ସ୍ୱର୍ଗତ ରାଇକା ଜଣେ ସରଳ ଅମାୟିକ ଓଏଏସ୍ ଅଫିିସର ଭାବରେ ଦୀର୍ଘବର୍ଷ ନିଜର କର୍ମକ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟକରି ଆସୁଥିବାବେଳେ ସମ୍ପ୍ରତି କୋଭିଡ୍ ପରିଚାଳନା ଦାୟିତ୍ୱରେ ଥାଇ ସୁଚାରୁ ଭାବରେ କାର୍ଯ୍ୟ ସମ୍ପାଦନ ପୂର୍ବକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ଜିଲ୍ଲାର ଉପସ୍ଥିତ ଓଏଏସ୍ ଅଧିକାରୀମାନେ ନିଜନିଜର ସ୍ମୃତି ଚାରଣ କରିଥିଲେ ।
ଏହି ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ(ପ୍ରଶାସନ) ଡିଆର୍ଡିଏ, ସମସ୍ତ ଡେପୁଟି କଲେକ୍ଟର, ତହସିଲଦାର ଏବଂ ବିଡିଓ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ଅବସରରେ କ୍ୟାଡର ପୁନଃର୍ଗଠନ ନିମନ୍ତେ ରାଜ୍ୟ ଓଏଏସ୍ ସଂଘକୁ ପଦକ୍ଷେପ ନେବାପାଇଁ ଅନୁରୋଧ କରାଯାଇଥିଲା ।