Odisha news

ମୟୂରଭଞ୍ଜରେ କରୋନା ସଂଖ୍ୟା ଶହେ ପାର ହୋଇ ୧୦୮କୁ ଛୁଇଁଲା

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାରେ ଶନିବାର ପୁଣି ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ୍ ହୋଇଛନ୍ତି, ଫଳରେ ଜିଲ୍ଲାରେ କରୋନା ସଂଖ୍ୟା ଶହେ ପାର କରି ୧୦୮କୁ ଛୁଇଁଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଡସାହି ଓ ଖୁଣ୍ଟା ବ୍ଲକରେ ଦୁଇଜଣ ଲେଖାଏଁ କରୋନା ଚିହ୍ନଟ ହୋଇଥିବାବେଳେ ବାରିପଦା, ରରୁଆଁ, ଶୁଳିଆପଦା, କୁଳିଅଣା ଓ ମୋରଡା ବ୍ଲକରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ବାରିପଦା, ରରୁଆଁ, ଶୁଳିଆପଦା, କୁଳିଅଣା ଓ ମୋରଡା ବ୍ଲକର ଚିହ୍ନଟ କରୋନା ଆକ୍ରାନ୍ତମାନେ କ୍ୱରାଣ୍ଟାଇନ୍ କେନ୍ଦ୍ରରେ ରହୁଥିବାବେଳେ ଏମାନେ କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତାମିଲନାଡୁ ଫେରନ୍ତା ପ୍ରବାସୀ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ବଡସାହି ଓ ଖୁଣ୍ଟାରେ ଚିହ୍ନଟ କରୋନା ଆକ୍ରାନ୍ତ ମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଜିଲ୍ଲାବାସୀ ମାନେ ଭୟଭୀତ ହୋଇପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ୍ ୧୦୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୮୧ଜଣ ବର୍ତ୍ତମାନ୍ ସୁଦ୍ଧା ଚିକିସôିତ ହେଉଥିବା ଜଣାଯାଇଛି ।

Leave A Reply