ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ତତ୍ତ୍ୱାବଧାନରେ ଜିଲ୍ଲାରେ କୋଭିଡ୍ ପରିଚାଳନା ଓ ସତର୍କତା ଏବଂ ସଚେତନତା କାର୍ଯ୍ୟକ୍ରମର ସୁପରିଚାଳନା କରାଯାଇ ଆସୁଅଛି । ସ୍ୱାସ୍ଥ୍ୟବିଭାଗର ପରାମର୍ଶକ୍ରମେ କୋଭିଡ୍ରେ ଆକ୍ରାନ୍ତ ଜଟିଳ ରୋଗୀମାନଙ୍କ ପାଇଁ ପ୍ଲାଜମା ଥେରାପି ଚିକିସôା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦେଇ ଏହାର ପ୍ରଚାରପ୍ରସାର ସଚେତନତା ପାଇଁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । କୋଭିଡ୍ରୁ ସୁସ୍ଥ ହୋଇଥିବା ଯୋଗ୍ୟବ୍ୟକ୍ତିମାନଙ୍କ ଠାରୁ ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମକୁ ବିଶେଷ ଧ୍ୟାନ ଦେଇ ତ୍ୱରାନ୍ୱୀତ କରାଯଉଛି ।
ଏହି ପରିପ୍ରେକ୍ଷୀରେ, ମୟୂରଭଞ୍ଜ ଜିଲ୍ଲାରେ ପ୍ଲାଜମା ଥେରାପି ଚିକିସôା ପାଇଁ ପ୍ଲାଜମା ସଂଗ୍ରହ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବରେ ପ୍ଲାଜମାଦାନ କରିଥିବା ରାସଗୋବିନ୍ଦପୁର ବ୍ଲକ ଝାଟିଅଡା ଗ୍ରାମର ହରେକୃଷ୍ଣ ଦଳେଇଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ୍ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ପ୍ଲାଜମାଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାଉସô ସାଜିଥିବାରୁ ତାଙ୍କ ସାଧୁବାଦ ଜଣାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରସôାହିତ କରିବାପାଇଁ ପରାର୍ମଶ ନେଇଥିଲେ ।
ଏଥିସହିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲର ପ୍ଲାଜମା ସଂଗ୍ରହ ଦାୟିତ୍ୱରେ ଥିବା ଡାଃ ସିଦ୍ଧାର୍ଥ ଦାସଙ୍କୁ ମଧ୍ୟ ତାଙ୍କ ଦ୍ୱାୟିତ୍ୱ ଓ କର୍ତ୍ତବ୍ୟ ନିଷ୍ଠାପାଇଁ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ୍ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟଚିକିସôା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ରୂପଭାନୁ ମିଶ୍ର, ବାରିପଦା ପିଏଆଇଟିଏ ତଥା ଜିଲ୍ଲା କୋଭିଡ୍-୧୯ ନୋଡାଲ ଅଫିସର ବସନ୍ତ କୁମାର ସେଠୀ,ଜିଲ୍ଲାଜରୁରୀ ଅଧିକାରୀ ସୁଜୟ କୁମାର ପତି ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ଲାଜମାଦାତାଙ୍କୁ ଉସôାହିତ କରିଥିଲେ । ବର୍ତମାନ ସୁଦ୍ଧା ଜିଲ୍ଲାରେ ୪ଜଣ ପ୍ଲାଜମାଦାନ କରିଥିବାବେଳେ, ଆଗାମୀଦିନରେ କୋଭିଡ୍ରୁ ସୁସ୍ଥ ଓ ଯୋଗ୍ୟବ୍ୟକ୍ତିଙ୍କୁ ସ୍କ୍ରିନିଂ କରାଯାଇ ଯୋଗ୍ୟବ୍ୟକ୍ତିଠାରୁ ପ୍ଲାଜମାଦାନ କରାଯିବା ପାଇଁ ବିହିତ ପଦକ୍ଷେପ ଜିଲ୍ଲାପ୍ରସାଶନ ପକ୍ଷରୁ ଗ୍ରହଣ କରାଯାଇଛି ।