ନୂଆଦିଲ୍ଲୀ : ୮0 ବର୍ଷୀୟ ବାମପନ୍ଥୀ କବି ଓ ଲେଖକ ବର୍ବାରl ରାଓ ଗମ୍ଭୀର ଭାବରେ ଅସୁସ୍ଥ ଅଛନ୍ତି ଓ କରୋନା ମହାମାରୀରେ ସଂକ୍ରମିତ ହୋଇଯାଇଛନ୍ତି l କରୋନା ପଜିଟିଭ ବାହାରିବା ପରେ ତାଙ୍କୁ ଡାକ୍ତର ଖାନରେ ଭର୍ତି କରାଯାଇଛି l ରାଓ ଜଣେ ବିଦ୍ରୋହୀ କିସମର କାର୍ଯ୍ୟ କର୍ତା ଭାବରେ ଜଣା ଯାନ୍ତି ଓ ତାଙ୍କୁ ଭିମା-କୋରେଗାଓଁ ହିଂସା ମାମଲା ସହିତ ଅନ୍ୟ କେତେଗୁଡିଏ କାରଣରୁ ଗିରଫ କରାଯାଇଛି l ଗତ କିଛିଦିନ ହେଲା ରାଓଙ୍କର ଶରୀର ଅସୁସ୍ଥ ହେବାରେ ଲାଗିଛି ତେଣୁ ତାଙ୍କର ପରିଜନ ଡାକ୍ତର ଖାନରେ ଆଡମିଟ କରିବା ପାଇଁ ଦାବି କରିଥିଲେ l
ଗତ ଦୁଇ ବର୍ଷ ହେଲା ଜେଲ୍ ରେ ବନ୍ଧ ଅଛନ୍ତି ତେଣୁ ତାଙ୍କର ପରିବାର ଲୋକ ଦାବି କରିଥିଲେଯେ ତାଙ୍କୁ ଡାକ୍ତର ଖାନାରେ ଭର୍ତି କରାଯାଉ l ଚଳିତ ବର୍ଷ ମେ ମାସରେ ରାଓଙ୍କର ଶରୀର ଅସୁସ୍ଥ ହୋଇଯିବାରୁ ମୁମ୍ବାଇର ଯେ.ଯେ.ହସ୍ପିଟାଲ୍ ରେ ଭର୍ତି କରାଯାଇଥିଲା l ତାପରେ ତାଙ୍କର ଘର ଲୋକ କୋର୍ଟରେ ନିବେଦନ କରିଥିଲେଯେ ଜାମିନ୍ରେ ଛଡାଯାଉ , କିନ୍ତୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନସି ଦ୍ୱାରା ଭୀମାକାରଗାଓଁ କେସ ରେ ଏକ ମହତ ପୁର୍ଣ ଅଭିଯୁକ୍ତ ଦର୍ଶାଇ ଥିଲେ ତେଣୁ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଥିଲାlବର୍ତମାନ ଏହି ବୟୋଜ୍ୟେଷ୍ଠ ଲେଖକ ଓ କବି ବର୍ବରା ରାଓ ଅନ୍ତରୀଣ ଜାମିନ ପାଇଁ ବମ୍ବେ ହାଇକୋର୍ଟ ରେ ଜଚିକା ଦାୟର କରିଛନ୍ତି l ତେଲେଙ୍ଗାନ ର ବlରଙ୍ଗଲ ରେ ବର୍ବରା ରାଓ ମାଓ ବାଦିଙ୍କ ପ୍ରତି ସହାନଭୂତି ରଖୁଥିବା ଜଣେ କବି ଓ ପତ୍ରକାର ଅଟନ୍ତି l ଏକ ମାର୍କସବାଦି ଆଲୋଚକ ଭାବରେ ଜଣାଯାଆନ୍ତି l ରାଓ ଅନେକଗୁଡ଼ିଏ କବିତା ଲେଖି ସାର୍ବଜନୀନ ସଭାରେ ସମ୍ଭୋଧନ କରିଛନ୍ତି ଯେଉଁଥିରେ ନବଉଦର ବାଦି ରାଜ୍ୟକୁ ନିନ୍ଦା କରିଛନ୍ତି l ସେ ମାଓବାଦୀଙ୍କ ବିଚାର ଧାରାକୁ ପ୍ରଚାର କରିବା ପାଇଁ ” ବିରାସମ ” ନାମକ ପ୍ରସିଦ୍ଧ କ୍ରାନ୍ତିକାରୀ ଲେଖକ ସଂଘର ସ୍ଥାପନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ରାଓ ସାମାଜିକ କାର୍ଯ୍ୟ କର୍ତା ହେବ ସହିତ ଜଣେ ଭଲ କବି ମଧ୍ୟ ଅଟନ୍ତି l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା ପାଇଁ ମାଓବାଦୀ ଚରମପନ୍ଥୀଙ୍କ ଦ୍ୱାରା ହୋଇଥିବା ସାଜିସ ରେ ପାଞ୍ଚଟି ରାଜ୍ୟରେ ଆଠଟି ସ୍ଥାନରେ ୨0୧୮ ଅଗଷ୍ଟ ମାସରେ ଛଡାଉ କରାଯାଇଥିଲା l ଗିରଫ ହୋଇଥିବା ଲୋକମାନଙ୍କ ଭିତରେ ରାଓଙ୍କ ବ୍ୟତିତ ଗୌତମ ନବଲଖା , ସୁଧା , ଭରଦ୍ୱାଜ ଓ ତାଙ୍କ ଝିଅ ଅନୁ ଭରଦ୍ୱାଜ ସାମିଲ ଥିଲେ l ବର୍ବରା ରାଓଙ୍କ ନାମ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପୁନେ ପୋଲିସ ଜୁନ ୨0୧୮ ରେ ନାଗପୁରରେ ସୁରେନ୍ଦ୍ର ଗଡଲିଙ୍ଗଙ୍କୁ ଲଗାତାର ରାଲି କରୁଥିବା ମାମଲାରେ ଗିରଫ କରାଯାଇଥିଲା l ଗଦାଳିଙ୍ଗଙ୍କ ପାଖରୁ ଏକ ଚିଠି ଜବତ କରାଯାଇଥିଲା ଯେଉଁଥିରେ ବର୍ବlରl ରାଓ ସୁରଜ ଗଡ଼ ଇଲାକାରେ ନକ୍ସଲ ପନ୍ଥୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ନେଇ ସଫଳତା ଦର୍ଶାଇ ପ୍ରଶଂସା କରିଥିଲେ l ୧୭ ନଭେମ୍ୱର ୨0୧୮ ରେ ପୁନେ ପୋଲିସ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଭୀମାକାରଗାଓଁ ହିଂସା ମାମଲାରେ ସମ୍ପୃକ୍ତି ଥିବାକୁ ନେଇ ଗିରଫ କରିଥିଲା
