Odisha news

ଶିବବିବାହ ପାଇଁ ଚଳଚଂଚଳ ବାରଙ୍ଗ ଅଞ୍ଚଳର ଶୈବପୀଠ

0

ବାରଙ୍ଗ : ବାରଙ୍ଗ ଅଞ୍ଚଳରେ ଥିବା ତଥା ବିଭିର୍ଣ ଶୈବପୀଠମାନଙ୍କରେ ଶିବବିବାହ ଉସ୍‌ବପାଇଁ  ଚଳଚଂଚଳ ହୋଇଉଠିଛି ।ବୁଧବାର ଦିନତମାମ ଶୈବଫୀଠମାନଙ୍କରେ ଶ୍ରଦ୍ଧାଳୁମାନଙ୍କର  ଭୀଡ ଲାଗିରହଛି ।ଶୈବପୀଠ ଗୁଡିକୁ ସାଜସଜ୍ଜା କରିବାପାଇଁ ଅନୁଷ୍ଠାନମାନଙ୍କ ତରଫରୁ ଉଦ୍ୟମ ମଧ୍ୟ କରାଯାଇଛି ।କେଉଁଠି ସଉଚ୍ଚ ତୋରଣ ତ କେଉଁଠି ରଙ୍ଗବେରଙ୍ଗର ଆଲୋକ ମାଲରେ ସଜେଇ ହୋଇଛି ମନ୍ଦିର ଓ ତାର ପରିବେଶ ।ବାରଙ୍ଗସାନମୁଣ୍ଡଳୀ ଜଗନ୍ନାଥ ପଠରେ ଥିବା ବାବା କାଶୀ ବିଶ୍ବନାଥମହାଦେବଙ୍କ ପୀଠରେ ବାବା ବିଶ୍ୱନାଥ ଓ ମା ପାର୍ବତୀଙ୍କ ବିବାହ ଉସ୍‌ବ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ବରପିତାଭାବେ ରଶ୍ମିରଂଜନ ସାଇଁ  ଓ କନ୍ୟାପିତାଭାବେ ଜୟନ୍ତ କୁମାର ରାଉତ  ଉପସ୍ଥିତ ରହି ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।ସେହିଭଳିଭାବେ ତ୍ରିଶୂଳିଆ ବଜାର ନିକଟ ନରଣ ପୁର ରାମେଶ୍ଵରାୟ ମହାଦେବଙ୍କ ପୀଠରେ ବରପିତା ପ୍ରଫୁଲ ପ୍ରଧାନ ଓ କନ୍ୟାପିତା ଭାଗ୍ୟଧର ସାମନ୍ତରାୟ, ମଧୁବନସ୍ଥିତ କନକେଶ୍ବର ପୀଠରେ ବରପିତା ଶିଶିର ଦାସ ଓ କନ୍ୟାପିତା ସୁନିତା ସାମଲ, ଗୋଡିସାହି ରାମେଶ୍ବରାୟ ମହାଦେବଙ୍କ ପୀଠରେ ବରପିତା ଦିଲ୍ଲିପ କୁମାର ବିଶ୍ବାଳ ଓ କନ୍ୟାପିତା ଉପେନ୍ଦ୍ର ସାହୁ ହୋଇଛନ୍ତି ।ସେହିଭଳିଭାବେ ରାଜଧାନୀ ଉପକଣ୍ଠ ପଟିଆଗ୍ରାମର ଆରାଧ୍ୟ ବାବା ନିଳକଣ୍ଠେ ଶ୍ୱରଙ୍କ ପୀଠରେ କନ୍ୟାପିତାଭାବେ ରମେଶ ଜେନା ଓ ବରପିତାଭାବେ ନୀଳକଣ୍ଠ ଜେନା ଯୋଗଦେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ ।ଏଥିରେ ଆଖପାଖ ଅଂଚଳର ବହୁ ମହିଳାଭକ୍ତମାନେ ଉପସ୍ଥିତ ରହି ପାଣିତୋଳା କାର୍ଯ୍ୟ କରିଥିଲେ ।ବାଜାବାଣ ସାଙ୍ଗକୁ ହରିବୋଲହୁଳହୁଳିଧ୍ୱନୀରେ ପ୍ରକମ୍ପିତ ହୋଇଥିଲା  ବାବା ନିଳକଣ୍ଠଶ୍ୱରଙ୍କ ପୀଠ ।ଏହାଦ୍ୱାରା ଅଧ୍ୟାତ୍ମିକବାତାବରଣ ସୃଷ୍ଟିହେବାସହ ମହିଳାମାନେ ବିବାହ ପରେ ବରକନ୍ୟାଙ୍କୁ ବନ୍ଦାପନା କରିଥିଲେ ।ଏଥିରେ ବହୁ ସ୍ୱର୍ଣଅଳଙ୍କାର ବନ୍ଦପନାରେ ବରକନ୍ୟାକୁ ଦେଇଥିବାର ଦେଖିବାକୁମିଳିଥିଲା ।ପରେ ଶହଶହ ଭକ୍ତମାନଙ୍କ ନିମନ୍ତେ ମନ୍ଦିର କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।ସେହିଭଳିଭାବେ ଢାୱାସ୍ଥିତ ବାବାସୋମନାଥମନ୍ଦିରକୁ ଖଇରାପଡାଗ୍ରାମର ଆରାଧ୍ୟ ବାବା ଲୋକନାଥଦେବ ନିମନ୍ତ୍ରଣ ହୋଇ ଆସିବା ପରେ ଉଭୟଙ୍କ ବିବାହ ଆନନ୍ଦଉଲାସର ସହ ସୋମନାଥଙ୍କ ପୀଠରେ ହୋଇଥିଲା ।କଳାରାହଙ୍ଗ ଗ୍ରାମର ବାବାଜଳେଶ୍ୱରଙ୍କ ପୀଠରେ କନ୍ୟାପିତାଭାବେ ଜନକପଣ୍ଡା ଓ ବରପିତାଭାବେ ମୁରଲିପଣ୍ଡା,ବରିମୁଣ୍ଡଗ୍ରାମର ପୁରାତନ ଶୈବପୀଠ ବାବା ଲକ୍ଷେଶ୍ୱରପୀଠରେ ହୋଇଥିବା ବିବାହ ଉସ୍‌ବରେ ବରପିତାଭାବେ ଗଙ୍ଗାଧରବାରିକ ଓ କନ୍ୟାପିତାଭାବେ ପ୍ରମୋଦସ୍ୱାଇଁ ଉପସ୍ଥିତ ରହି ଦେବଦମ୍ପତିଙ୍କ ବିବାହକାର୍ଯ୍ୟ ସମ୍ପନ୍ନ କରିଥିଲେ ।ବିବାହ ପରେ ବିଭିର୍ଣ ଶୈବପୀଠରେ ନବଦମ୍ପତିଙ୍କୁ ବାଜାବାଣର ବିରାଟ ଶୋଭାଯାତ୍ରାରେ ଗ୍ରାମପରିକ୍ରମା କରାଯାଇଥିବାର ଦେଖିବାକୁ ମିଳିଥିଲା ।

Leave A Reply