Odisha news

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

0

ବାରଙ୍ଗ :  ବାରଙ୍ଗଥାନା ଅର୍ନ୍ତଗତ ରାମଦାସପୁରର ଇଡକୋ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ଏକ କମ୍ପାନୀ ପରିସରରୁ  ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିର ମୃତଦେହକୁ ଗୋଡିସାହିଫାଣ୍ଡି ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ହେଉଛନ୍ତି ପଞ୍ଚମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲା ରାମନଗର ଥାନା ଅଂଚଳ ବିଶ୍ରାଗ୍ରାମର ଗୋପାଳ ମୋହରା(୪୨) । ସେ ରାମଦାସପୁରର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ତାରିଣୀ ପ୍ୟାକିଂ ଆଣ୍ଡ ଗ୍ରାଫିକ କମ୍ପାନୀରେ ଶ୍ରମିକଭାବେ କାର୍ଯ୍ୟକରିବା ସହ ସାନଭାଇ ଓ ନିଜ ସଂମ୍ପକୀୟ ଭାଇ ସହିତ କମ୍ପାନି ପକ୍ଷରୁ ମିଳିଥିବା ଘରେ ରହୁଥିଲେ । ସୋମବାର ସକାଳେ  କମ୍ପାନୀ ଭିତରେ ଗାମୁଛା ଲଗାଇ ଝୁଲି ପଡ଼ିଥିବାର ଦେଖିବାକୁ ମିଳିଥିଲା।  କମ୍ପାନୀର କିଛି କର୍ମଚାରୀ ଏହା  ଦେଖି ତାଙ୍କ ସାନଭାଇ ଓ ସମ୍ପର୍କୟ ଭାଇକୁ ଖବର ଦେଇଥିଲେ । ପରେ ଖବରପାଇ ଗୋଡିସାହିଫାଣ୍ଡି ପୋଲିସ ପହଁଚି ୪/୨୩ କେଶନଂରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଛେଦପାଇଁ ପଠାଇଛନ୍ତି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ବ୍ୟବଛେଦ ରିପୋର୍ଟ ଆସିଲେ ଜଣାପଡିବ ବୋଲି ପୋଲିସ କହିଛି ।

Leave A Reply