ବାରଙ୍ଗ : ନାବାଳିକାକୁ 4 ମାସ ଗର୍ଭବତୀ କରି ବନ୍ଧା ହେଲେ ଯୁବକ । ଏଭଳି ଘଟଣା ଚନ୍ଦକା ଥାନା ଅଂଚଳରେ ଦେଖିବାକୁ ମିଳିଛି ।ଗିରଫ ଅଭିଯୁକ୍ତ ଚନ୍ଦକା ଅଞ୍ଚଳର ପ୍ରକାଶ ଭଞ୍ଜ ବୋଲି ଜଣାପଡିଛି ।ପୋଲିସ ପ୍ରକାଶ ର ବୟାନ ରେକର୍ଡ କରିବା ପରେ ସୋମବାର ଦିନ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ ,ଚନ୍ଦକା ଅଞ୍ଚଳର ପ୍ରକାଶ ଭଞ୍ଜ ଯୁବକ ଏହି ଅଞ୍ଚଳର ଜଣେ ନାବାଳିକାକୁ ପ୍ରଥମେ ପ୍ରେମ କରି ତା ସହିତ ଶାରୀରିକ ସର୍ମ୍ପର୍କ ରଖି ଗର୍ଭବତୀ କରିବା ପରେ ପ୍ରତାରଣା କରିଥିଲା । ପରେ ପୁଅ ର ସାଙ୍ଗ ସହିତ ସର୍ମକ ରଖିବାକୁ ବାଧ୍ୟ କରିଥିଲା । ଏହି ଘଟଣା ବିଷୟରେ ଝିଅ ପ୍ରକାଶ ର ସାଙ୍ଗକୁ କହିବା ପରେ ପ୍ରକାଶ ର ସାଙ୍ଗ ଝିଅର ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ । ସୋମବାର ଦିନ ପୋଲିସ ଉକ୍ତ ଯୁବକ ପ୍ରକାଶ କୁ ଗିରଫ କରି ଦକ୍ତରୀମାଇନା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ଅନ୍ୟପଟେ ଝିଅର ଡାକ୍ତରୀ ମଇନା କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।