Odisha news

ତ୍ରିଶୁଳିଆ ଛକରୁ ୧୦ଲକ୍ଷଟଙ୍କାର ଗଞେଇ ଜବତ

0

ବାରଙ୍ଗ: ଏକ୍ସସାଇଜ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ସୋମବାରଦିନ ଅବକାରୀବିଭାଗର ରାଜ୍ୟ ଫ୍ଲାଇଙ୍ଗସ୍ୱାର୍ଡ ତ୍ରିଶୁଳିଆ ଛକପାଖରେ ଚଢାଉକରି କାରରେ ଆସୁଥିବା ୧୦୦କେଜି ଗଞେଇକୁ ଜବତକରିବା ସହ ଦୁଇଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ବାଙ୍କୀଥାନା ଅଧିନସ୍ଥ ପାଥପୁର ଗ୍ରାମର ଦିବାକର ବିଶ୍ୱାଳ ଓ ଶ୍ରିଧରସ୍ୱାଇଁ । ବିଶେଷସୁତ୍ରରୁ ଖବରପାଇ ଅବକାରୀବିଭାଗ ରାଜ୍ୟ ଫ୍ଲାଇଙ୍ଗସ୍ୱାର୍ଡ ଇନ୍ସପେକ୍ଟର ରୋସନ୍ ଇସୁ ହାସଦାଙ୍କ ନେତୃତ୍ୱରେ ଏକ ୧୪ଜଣିଆଟିମ  ସୋମବାର ଦିନ ତ୍ରିଶୁଳିଆ ଛକରେ ଜଗିରହିଥିଲା ।ଏହି ସମୟରେ ବାଙ୍କି ପଟରୁ କଟକ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଓଆର୦୨-ସିଜି-୩୮୯୧ ନମ୍ବର କାରକୁ ଅବକାରିବିଭାଗ ଟିମ ତ୍ରଶୁଳିଆ ଛକପାଖରେ ରୋକିଥିଲେ ।ପରେ କାରକୁ ଯାଂଚକରିବାପରେ କାରମଧ୍ୟରୁ ୪ବସ୍ତା ଗଞେଇମିଳିଥିଲା । କାରଚାଳକ ଓ ତାର ସହଯୋଗୀ ଦିବାକର ଓ ଶ୍ରିଧର କୁ ଘଟଣାସ୍ଥଳରୁ ଅବକାରୀବିଭାଗ ଗିରଫକରିଥିଲେ । ଚୋରାରେ ହେଉଥିବା ଗଞେଇ ଚାଲଣ ଫୁଲବାଣିରୁ କଲିକତା ହେଉଥିବାର ପଚରାଉଚରା ବେଳେ  ଅବକାରୀବିଭାଗ ଜାଣିବାକୁ ପାଇଥିଲା ।କାରରୁ ଜବତ ହୋଇଥିବା ୧୦୦କେଜିଗଞେଇର ଆନୁମାନିକ ମୁଲ୍ୟ ୧୦ଲକ୍ଷଟଙ୍କା ହେବବୋଲି ଅବକାରୀ ଇନ୍ସପେକ୍ଟର ରୋସନ୍ ଇସୁ ହାସଦା କହିଛନ୍ତି ।

Leave A Reply