Odisha news

ଉଦ ଘଟିତ ହେଲା ଚନ୍ଦକାଥାନାର ନୂଆଗୃହ , ପୁରାତନଗୃହକୁ ମ୍ୟୁଜିଅମ ଭାବେ ବ୍ୟବହାର କରାଯିବ : ମନ୍ତ୍ରୀ

0
ବାରଙ୍ଗ,୧୫।୪ : ନୂଆରୁପରେ ଶୋଭାପାଇଛି ବ୍ରିଟିଶ ଅମଳର ଚନ୍ଦକାଥାନା । ଶନିବାରଦିନ ଆନୁଷ୍ଠାନିକ ଭାବେ ଏହାକୁ ଲୋକାର୍ପଣ କରାଯାଇଛି।
 ୧୮୬୮ ମସିହାରେ ଭୁବନେଶ୍ବର ଉପକଣ୍ଠରେ  ନିର୍ମିତ ହୋଇଥିବା   ଚନ୍ଦକାଥାନାର ନୂଆକରି ହୋଇଥିବା  ଗୃହକୁ  ରାଜ୍ୟ ଗୃହମନ୍ତ୍ରୀ  ତୁଷାରକାନ୍ତି ବେହେରା  ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏହି ଉଦଘାଟନ ଉତ୍ସବରେ ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର  ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଡିଶା ପୁଲିସ ଗୃହ ନିର୍ମାଣ ବିଭାଗର ନିର୍ଦ୍ଦେଶକ  ସଂଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିଶନର ଡଃ. ଉମାଶଙ୍କର ଦାଶ , ଭୁବନେଶ୍ଵରଡିସିପି  ପ୍ରତୀକ ସିଂହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।
ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଥାନା ଦୀର୍ଘ ୧୬୫ ବର୍ଷ ହେବ ଜନସାଧାରଣଙ୍କୁ  ସେବା ଯୋଗାଇ ଦେଇ ଆସୁଥିଲା।ପୁଲିସ ଗୃହନିର୍ମାଣସଂସ୍ଥା ଦ୍ବାରା ଚନ୍ଦକାର ନୂତନଥାନାର କାର୍ଯ୍ୟ ତା.୦୮.୦୬.୨୦୨୦ରିଖ ଠାରୁ ଆରମ୍ଭ ହୋଇ ୩୧.୦୫.୨୦୨୨ ରିଖରେ ଶେଷ ହୋଇଥିଲା।୨ କୋଟି ୪ଲକ୍ଷଟଙ୍କା ବ୍ୟୟ ଅଟକଳରେ  ୧୨୭୨୯ ବର୍ଗଫୁଟ ପରିସୀମାରେ ନିର୍ମିତ ଏହି ନୂତନଗୃହ ଦୁଇମହଲା ବିଶିଷ୍ଟ ହୋଇଥିବାବେଳେ ଏହି ନୂଆ କୋଠାଘରେ ଅତ୍ୟାଧୁନିକ ଅଭ୍ୟର୍ଥନା କକ୍ଷ,ମହିଳା ଓ ଶିଶୁ ଡେସ୍କ,ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ,ଅଫିସରଙ୍କପାଇଁ ବିଶ୍ରାମ କକ୍ଷ,ବାରାକ,ଅତ୍ୟାଧୁନିକ ଜିମ,ପଚରାଉଚରା ଘର, ସମ୍ମିଳନୀକକ୍ଷ,ସିସିକ୍ୟାମେରା ରୁମ,ମହିଳାହାଜତ,ମାଲଖାନା,ଭିଏଚଏଫ ଘରର ସୁବିଧା ଥିବା ସହ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇଦେବା ନିମନ୍ତେ ସମସ୍ତସୁବିଧା ସୁଯୋଗର ବନ୍ଦୋବସ୍ତ କରାଯାଇଅଛି ।ଥାନାର ପୁରାତନଗୃହକୁ ମ୍ୟୁଜିଅମ ଭାବେ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏହିଥାନା ଅଧିନରେ ଥିବା ଦାରୁଠେଙ୍ଗ,ଚନ୍ଦକା,ଅନ୍ଧାରୁଆ,କଣ୍ଟାବାଡ଼,ମଳିପଡ଼ା,ମେଣ୍ଢାଶାଳ,ଛତାବର,ଗଙ୍ଗପଡ଼ା ଓ ପାଇକରାପୁରର ଅଞ୍ଚଳର ଲୋକପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।ଚନ୍ଦକା ଥାନାଧିକାରୀ ରାଧାକାନ୍ତ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply