ବାରଙ୍ଗ : ଗୋଡିସାହିଫାଣ୍ଡି ଅନ୍ତଗତ ସିଆଇଏସଏଫ ନିକଟ ଏକ ହେଟେଲରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ହେଉଛନ୍ତି ବାଙ୍କୀଥାନା ଅଧିନସ୍ତ ରାମଚଣ୍ଡି ଗ୍ରାମର ଲିଙ୍ଗରାଜ ରାଉତଙ୍କ ବଡ ପୁଅ ବସନ୍ତ କୁମାର ରାଉତ(୪୫) ।
ବସନ୍ତ ସିଆଇଏସଏଫ ନିକଟ ଥିବା ମଣ୍ଡଳେଶ୍ଵର ମିଠା ଦୋକାନରେ ରହି କାମ କରୁଥିଲେ। ସୋମବାର ରାତିରେ ଦୋକାନର କାମସାରି ବସନ୍ତ ସହ ଅନ୍ୟ କର୍ମଚାରୀ ସୋଇଥିଲେ।ମଙ୍ଗଳବାର ସକାଳେ ଅନ୍ୟ ଏକ ଦୋକାନ ସମ୍ମୁଖରେ ଆଜବେଷ୍ଟ ଲୁହା ପାଇପିରେ ଏକ ଗାମୁଛା ସାହାର୍ଯ୍ୟରେ ବସନ୍ତ ଝୁଲି ପଡିଥିବାର କର୍ମଚାରୀମାନେ ଦେଖିବାକୁ ପାଇବାସହ ତାଙ୍କ ପରିବାରକୁ ଖବର ଦେଇଥିଲେ।ପରିବାରଲୋକ ଆସି ଚିକିତ୍ସା ପାଇଁ ବସନ୍ତକୁ କଟକ ବଡ ଡାକ୍ତରଖାନା ନେଇ ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ପରିବାରଲୋକ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ୩/୨୩ କେଶନମ୍ବରରେ ଏକ ଅପମୃତ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।ତେବେ ବସନ୍ତ୍ରର ଆତ୍ମହତ୍ୟାର ପକୃତ କାରଣ ଜାଣିବାପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
