Odisha news

ଶଳାଭାଉଜକୁ ବଳାତ୍କାର କରି ବନ୍ଧାହେଲେ ନଣନ୍ଦେଇ

0

ବାରଙ୍ଗ : ଶଳାଭାଉଜକୁ ବଳାତ୍କାର କରି ବନ୍ଧା ହେଲେ  ନଣନ୍ଦେଇ । ଏଭଳି ଘଟଣା ନନ୍ଦନକାନନ ଥାନା ରେ ଘଟିଛି । ବୁଧବାର ଦିନ ନଣନ୍ଦେଇ  କୁ ନନ୍ଦନକାନନ ପୋଲିସ ଗିରଫ୍ କରି  କୋର୍ଟଚାଳଣ କରିଛି।ପୁଲିସ ସୂଚନା ମୂତାବକ,ଏହି ଥାନା ଅନ୍ତର୍ଗତ ପଦାସାହି ଗ୍ରାମର ପୀଡିତ(ଶଳାଭାଉଜ) ଛଦ୍ମ ନାମ ସୋନି ( ୩୦)।ସେ ମଙ୍ଗଳବାର ସକାଳ ପୂର୍ବାହ୍ନରେ ନିଜ ଘରେ ଏକାକୀ ଥିବାବେଳେ ସେହି ଗ୍ରାମର ନିଜ ନଣନ୍ଦେଇ  ପ୍ରାଣକୃଷ୍ଣ ମହାନ୍ତି (୫୫), ଧମକାଇ ଜୋରଜବଦସ୍ତ ବଳତ୍କାର କରିଥିଲେ।ପୂର୍ବାହ୍ନ ୧୦ଟା ପରେ ଘଟଣା ଘଟିଥିଲା।ପିଡୀତାଙ୍କ ସ୍ବାମୀ ଦିନ ମଜୁରୀଆ ଭାବରେ କାମ କରିବାକୁ ଯାଇଥିଲା।ଝିଅ ମଧ୍ୟ ସ୍କୁଲ ଚାଲିଯାଇଥିଲା।ସନ୍ଦ୍ୟାରେ କାମରୁ ଫେରିବା ପରେ ପିଡୀତା ଘଟଣା ସମ୍ପର୍କରେ ସ୍ବାମୀ ଆଗରେ ସବୁକଥା କହିଥିଲା।ଏହା ପରେ ଉଭୟ ସ୍ବାମୀ ସ୍ତ୍ରୀ ନନ୍ଦନକାନନ ଥାନାରେ ପହଞ୍ଚି ପିଡୀତା ଅଭିଯୋଗ କରିଥିଲା।ଅଭିଯୋଗ ମୂତାବକ ପୁଲିସ ବଳତ୍କାର କରିଥିବା  ପ୍ରାଣକୃଷ୍ଣ ମହାନ୍ତି (ନଣନ୍ଦେଇ)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହିତ ଅଭିଯୁକ୍ତର ବୟାନ ରେକର୍ଡ କରିବାବେଳେ  ସବୁକଥା ମାନିଯାଇଥିଲା।ଏନେଇ ପୁଲିସ ୪୧/୨୩କେଶ ନମ୍ବରରେ ଏକ  ମାମଲାରୁଜୁ କରି ଡାକ୍ତରୀ ମାଇନା କରିବାପରେ ବୁଧବାର କୋର୍ଟଚାଲଣ କରିଛି।

Nalco
Leave A Reply