Odisha news

ଗାଡ଼ି ଚୋରି କରିଥିବା ଅଭିଯୋଗରେ ବାରଙ୍ଗ ପୋଲିସ ଦୁଇ ଜଣ ଚୋରକୁ ଗିରଫ କରି କୋର୍ଟ ଚାଲାଣ କଲା

0
ବାରଙ୍ଗ :  ଗାଡ଼ି ଚୋରି କରିଥିବା ଅଭିଯୋଗରେ ବାରଙ୍ଗ ପୋଲିସ ସୋମବାର ଦିନ  ଦୁଇ ଜଣ ଚୋରକୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ବଡମ୍ବା ଅଞ୍ଚଳର ବିଜୟ ପ୍ରଧାନ (୨୧) ଓ ରଞ୍ଜିତ ବାରିକ (୨୦)।  ସେମାନଙ୍କ ଠାରୁ ୬ ଟି ବିଭିନ୍ନ ବାଇକି କୁ ଜବତ କରିବା ସହିତ ୭ଟି ବିଭିନ୍ନ ଗାଡ଼ିର ଚାବି କୁ ଜବତ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ , ଗଞ୍ଜାମ ଜିଲ୍ଲା ଅଞ୍ଚଳ ର ଦିପୁ ପ୍ରଧାନ ତ୍ରିଶୁଲିଆ ଛକରେ କିଛି କାମରେ ଆସିଥିବା ବେଳେ ତାଙ୍କର ପଲ୍ସର୍ ଗାଡ଼ି ଯାହାର ନମ୍ବର ଓଡ଼ି ୦୨ବିଏମ୍ ୫୪୨୨ ଗାଡ଼ି କୁ କେହି ଦୁର୍ବୃତ୍ତ ସେଠାରୁ ଚୋରି କରି ନେଇ ଯାଇଥିଲେ । ସେ ଏନେଇ  ବାରଙ୍ଗ ଥାନା ରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲେ , ବଡମ୍ବା ଅଞ୍ଚଳ ରଞ୍ଜିତ ଓ ତାର ସହଯୋଗୀ ବିଜୟ ଚୋରି କରିଥିଲେ । ପୋଲିସ ସେମାନଙ୍କୁ ସୋମବାର ଦିନ ଗିରଫ କରିଥିଲେ । ସେମାନେ ଠାରୁ ଗୋଟିଏ ଗାଡ଼ି ବଦଳ ରେ ଆଉ ୫ଟି ଗାଡ଼ି ଜବତ କରି କୋର୍ଟ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତ କୁ ପଠାଇଥିବା ଜାନପଡ଼ିଛି ।
Nalco
Leave A Reply