ବାରଙ୍ଗ : ବାଘୁଣୀ ଅଙ୍କିତା ଶୁକ୍ରବାରଦିନ ମା ହୋଇଛି ।ନନ୍ଦନକାନନକୁ ନୁଆ ସଦସ୍ୟର ଆଗମନ ହୋଇଛି ।ଅଙ୍କିତା ତାର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି ।ଯାହାଫଳରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିିଛି ।ଅଙ୍କିତା ଗର୍ଭ ଧାରଣ କରିଥିବାର ଜଣାପଡିବାପରେ ନନ୍ଦନକାନନ କର୍ତୁପକ୍ଷ ସଜାଗ ହୋଇଯାଇଥିଲେ ।ଉପନିର୍ଦ୍ଦେଶକ ସଞିତକୁମାରଙ୍କ ନିର୍ଦ୍ଦେଶ ମୁତାବକ ଜନ୍ତୁବିଭାଗ ଓ ଚିକିସ୍କମାନେ ରୁପାପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ । ସେ ରହୁଥିବା ୨୩ନଂ ଖୁଆଡରେ ଅଲଗାକରି ରଖିଥିଲେ ।ଏହି ଖୁଆଡ କୁ ସାଧାରଣ କର୍ମଚାରୀମାନଙ୍କ ଯାତାୟତକୁ ବାରଣ କରାଯିବାସହ ସିସିକ୍ୟାମେରା ଲଗାଯାଇ ଅଙ୍କିତାର ଗତିବିଧିଉପରେ ଲକ୍ଷ ରଖାଯାଇଥିଲା ।ଶେଷରେ ଶୁକ୍ରବାରଦିନ ୪ଟି ଶାବକକୁ ଜନ୍ମଦେଇଥିଲା ଅଙ୍କିତା ।ଜନ୍ମିତ ଶାବକ ସୁସ୍ଥଥିବାର ଜଣାପଡିଥିବା ବେଳେ ୪ଟି ସାଧାରଣ ରଙ୍ଗ ର ବୋଲି ଅନୁମାନ କରାଯାଉଛି। ପ୍ରକାଶ ଯେ , ଜଂଗଲୀ ସାଧାରଣ ମହାବଳ ବାଘ ନନ୍ଦନ ସହ ଅଙ୍କିତା ର ମିଳନ ହୋଇଥିଲା । ଏହି ମିଳନ ସଫଳ ହୋଇଥିବାର ପରବର୍ତି ସମୟରେ ଜଣାପଡିଥିଲା । ତେବେ ନବଜାତକକୁ ମିଶାଇଲେ ନନ୍ଦକାନନରେ ବାଘସଂଖ୍ୟା ବୃଦ୍ଧିପାଇ ୩୨ ରେ ପହଁଚିଛି ।
