ବାରଙ୍ଗ : ତିନିତାଲା କୋଠା ଉପରୁ ତଳକୁ ଖସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଙ୍କ ମୃତ୍ୟୁ ପରେ ମହିଳା ଙ୍କ ଦୁଇ ପିଲା ମା କୁ ଝୁରୁଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମରେ ଦେଖିବାକୁ ଘଟିଛି । ଯାହାକୁ ନେଇ ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି । ପ୍ରକାଶ ଯେ, ମଙ୍ଗଳବାର ସକାଳେ ତିନିତାଲା କୋଠାଉପରୁ ରଘୁନାଥପୁର ଗାଁର ଅର୍ଚ୍ଚନାଜେନା ନାମକ ମହିଳା ତଳକୁ ଖସିପଡି ମୃତ୍ୟୁବରଣ କରିଛନ୍ତି ।ଆଜି ରୋଷେଇ କରିବା ନିମନ୍ତେ କୋଠାଉପରେ ଥିବା ଜାଳେଣୀ କାଠ ଆଣିବାକୁ ଅର୍ଚ୍ଚନା ଯାଇଥିଲେ । କାଠକୁ କୋଠାଉପରୁ ତଳକୁ ପକାଇବାବେଳେ ଅସବଧାନତା ଯୋଗୁ ଗୋଡ ଖସିଯିବାରୁ ତଳକୁ ପଡିଯାଇଥିଲେ । ମୁଣ୍ଡରେ ଶକ୍ତଆଘାତଲାଗି ରକ୍ତାତ ଅବସ୍ଥାରେ ଗାଁରାସ୍ତାରେ ପଡିଯାଇଥିଲେ ।ଏହାଦେଖି ପରିବାର ଲୋକ ଅର୍ଚ୍ଚନାକୁ ଚିକିସ୍ାପାଇଁ କଟକ ବଡ ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଦୁଇଟି ସନ୍ତାନର ଜନନୀ ୪୧ବର୍ଷିୟ ମୃତ ଅର୍ଚ୍ଚନାଙ୍କ ସ୍ୱାମୀ ରମେଶଚନ୍ଦ୍ରଜେନା ନନ୍ଦନକାନନରେ ଗାଇଡକାମ କରି ପରିବାର ପ୍ରତିପୋଷଣ କରନ୍ତି ।ତାଙ୍କର ମୃତ୍ୟୁପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
