Odisha news

ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର

0
ବାରଙ୍ଗ : ବୁଧବାରରାତିରେ ମୁଣ୍ଡଳିବ୍ୟାରେଜରେ ଗାଡିଥୋଇ ମହାନଦୀକୁ ଡେଇଁପଡିଥିବା ଯୁବକ ସୁରକ୍ଷିତଭାବେ ଘରେ ପହଁଚିଥିବାରଜଣାପଡିଛି ।ଗତକାଲି ରାତିରେ ଓଡି ୦୫ –ଏଏ- ୭୯୧୪ ନଂବାଇକକୁ ବ୍ୟାରେଜ ଉପରେ ଥୋଇଦେଇ ଆଠଗଡଥାନା ର୍ସପେଶ୍ଵର ନୂଆଗଡ ସାହିର ପ୍ରଦ୍ୟୁମ୍ନ ବାରିକ(୨୭)  ନାମକଯୁବକଜଣଙ୍କ ମହାନଦୀକୁ ଡେଇଁପଡିଥିଲେ ।ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବାରଙ୍ଗ ଅଗ୍ନୀଶ୍ରମବାହିନୀ ଓ ଗୋଡିସାହିଫାଣ୍ଡିପୋଲିସ ପହଁଚି ବହ ଖୋଜାଖୋଜି ପରେ ଯୁବକ ଜଣଙ୍କର ପତାପାଇ ନଥିଲେ ।ଶୁକ୍ରବାରଦିନ ସକାଳେ ଯୁବକ ଜଣଙ୍କ ତା ଘରେ ପହଁଚିଥିବାର ବାରଙ୍ଗଥାନାକୁ ଖବର ମିଳିବାପରେ ପୋଲିସ ଓ ଅଗ୍ନିଶମବାହିନୀ ଆଶ୍ୱସ୍ତି ହୋଇଥିଲେ ।ତେବେ ଯୁବକ ଜଣଙ୍କ ମହାନଦୀକୁ ଡେଇଁ ପଡିବାପରେ  ପହଁରିପହଁରି  ଏକ ଟାପୁରେ ଯାଇ ରାତିଯାକ ରହିଥିଲେ ।ସକାଳେ ସ୍ଥାନୀୟ ଲୋକ ଯୁବକଜଣଙ୍କୁ ଟାପୁରୁ ଉଦ୍ଧାର କରିଥିଲେ ।ମୁଣ୍ଡଳୀଠାରୁ ପ୍ରାୟ୩କିମି ଦୁର ଅନନ୍ତପୁର ପର୍ଯ୍ୟନ୍ତ ସେ ଭାସିଯାଇଥିଲେ ।ତେବେ ନଦୀକୁ କଣପାଇଁ ଡେଇଁଥିଲେ ତାହା ଜଣାପଡିନାହିଁ  ବବୋଲି ବାରଙ୍ଗଥାନାଅଧିକାରୀ ଆକାଶଚନ୍ଦ୍ରରଣା କହିଛନ୍ତି ।
Nalco
Leave A Reply