ବାରଙ୍ଗ : ଏକ ମଦ୍ୟପ ଟାଟାଏସି ଚାଳକ ବୁଧବାର ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟାଇ ରାସ୍ତା ତଳକୁ ଗାଡିଟି ଓଲଟାଇଦେଇଛି ।ଗାଡି ଓଲଟି ପଡିବାପରେ ଖସି ଯାଉଥିବାବେଳେ ସ୍ଥାନୀୟ ଲୋକଧରି ଟାଟାଏସି ଚାଳକକୁ ଉତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଓଡି୦୫-ଏଏକ୍ସ-୭୪୭୧ନଂଟାଟାଏସିି ସିଡିଏ ପଟରୁ ମୁଣ୍ଡଳୀ ଆଡକୁ ଆସୁଥିଲା ।ଚାଳକ ଜଣଙ୍କ ନିଶାସକ୍ତ ଥିବାରୁ ପ୍ରଥମେ ଲୟୁନିଭରସିଟି ପାଖରେ ଜଣେ ବାଇକକୁ ଧକ୍କା ଦେଇ ପଳାଇଆସିଥିଲା ।ଏହାପରେ ମୁଣ୍ଡଳୀ ବ୍ୟାରେଜଉପରେ ଆଉଜଣେ ବାଇକକୁ ଧକ୍କାଦେଇଥିଲା ।ଏହାପରେ ନରାଜଗାଁମୁଣ୍ଡରେ ଜଣଙ୍କୁ ଧକ୍କାଦେଇ ପଳାଇଯାଇଥିଲା ।
ସ୍ଥାନୀୟ ଯୁବକମାନେ ଏହାଦେଖି ଟାଟାଏସିର ପିଛା କରିବାରୁ ନରାଜଗାଁମୁଣ୍ଡ ଗଙ୍ଗାରାଣି ମନ୍ଦିର ପାଖରେ ଅଉ ଜଣଙ୍କୁ ଧକ୍କାଦେଇ ମୁଣ୍ଡଳୀଆଡକୁ ପଳାଇଯାଇଥିଲା ।ଆଗରୁ ଦ୍ରୁତଗତିରେ ଯାଉଥିବାବେଳେ ଗାଡିଟି ଭାରସମ୍ୟ ହରାଇ ରାସ୍ତାକଡକୁ ଓଲଟିପଡିଥିଲା ।ଗାଡିଟି ଓଲଟିପଡିବାପରେ ଚାଳକ ଖସି ଯାଉଥିବାବେଳେ ସ୍ଥାନୀୟ ଯୁବକମାନଙ୍କ ହାତରେ ଧରା ପଡି ନିର୍ଦ୍ଧୁମ ମାଡ ଖାଇଥିଲା ।ଖବରପାଇ ଗୋଡିସାହି ଫାଣ୍ଡି ପୋଲିସ ପହଁଚି ଟାଟାଏସିକୁ ଜବତ କରିବା ସହ ଚାଳକ ମିଟୁ ମଲ୍ଲିକକୁ ଲୋକମାନଙ୍କ କବଳରୁ ଉଦ୍ଧାର କରିଥିଲେ ।ସମସ୍ତଆହତମାନଙ୍କୁ ପୋଲିସ ଏକ ଘରୋଇଡାକ୍ତରଖାନାକୁ ଚିକିସ୍ାପାଇଁ ପଠାଇଥିଲେ ।
